ନେତାଜୀ ବସ୍‌ ଟର୍ମିନାଲ ନିର୍ମାଣ ଖର୍ଚ୍ଚ ୧୯.୨୮କୋଟି ବଢ଼ିଲା

ଭୁବନେଶ୍ବର : କଟକର ଖାନ୍‌ନଗରରେ ନିର୍ମାଣ ହେଉଥିବା ନେତାଜୀ ବସ୍ ଟର୍ମିନାଲର ନିର୍ମାଣ ଖର୍ଚ୍ଚ ଆଉ ୧୯କୋଟି ୨୮ଲକ୍ଷ ଟଙ୍କା ବଢ଼ିଛି। ଏହି ବସ୍‌ ଟର୍ମିନାଲ ପାଇଁ ପୂର୍ବରୁ ୬୪କୋଟି ୬୯ଲକ୍ଷ ୧୧ହଜାର ୩୩୨ଟଙ୍କାର ଖର୍ଚ୍ଚ ଅଟକଳ ହୋଇଥିବାବେଳେ ଏବେ ଏହା ବଢ଼ିଯାଇଛି। ଏହି ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ମୋଟ୍ ୮୩କୋଟି ୯୭ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ପୂର୍ତ୍ତ ବିଭାଗ ଆକଳନ କରିକି ନଗର ଉନ୍ନୟନ ବିଭାଗକୁ ପଠାଇଥିଲା। ଏବେ ଏହାକୁ ନଗର ଉନ୍ନୟନ ବିଭାଗ ପ୍ରଶାସନିକ ଅନୁମୋଦନ ଦେଇଛି। ନିର୍ମାଣ ଖର୍ଚ୍ଚ ବଢ଼ିଥିଲେ ବି ଧାର୍ଯ୍ୟ ସମୟରେ କାମ ଶେଷ କରିବାକୁ କୁହାଯାଇଛି। ଏହି ବର୍ଦ୍ଧିତ ଅର୍ଥରେ ମୁଖ୍ୟତଃ ବସ୍‌ ଟର୍ମିନାଲର ପାରିପାର୍ଶ୍ବିକ ଭିତ୍ତିଭୂମିର ବିକାଶ ହେବ।

ସମ୍ବନ୍ଧିତ ଖବର