ସାଧାରଣରେ ପ୍ରାୟ ସବୁ ପ୍ରାଣୀଙ୍କର ଭୋକାଲ୍ କଡ୍ ବା ସ୍ବର ତନ୍ତ୍ରି ଥାଏ। ସେଥିଲାଗି ମଣିଷ କଥା କହେ। ଗାଈ ହମ୍ବା ରଡ଼ି ଛାଡ଼େ। ସିଂହ ଗର୍ଜନ କରେ। ମାତ୍ର ଏମିତି ଏକ ପ୍ରାଣୀ ହେଉଛି ଜିରାଫ୍ ଯାହାର ଭୋକାଲ୍ କଡ୍ ନ ଥାଏ। ତେଣୁ ଜିରାଫ୍ର ସ୍ବରକୁ ଆଜିଯାଏ କେହି ବି ଶୁଣି ନାହାନ୍ତି। ଏହି ପ୍ରାଣୀଟି ସାରା ଜୀବନ ପାଟି ବନ୍ଦ ରଖି ନୀରବରେ ବିତେଇଥାଏ। କେବଳ କେତେବେଳେ କେମିତି ଛିଙ୍କିବା ଭଳି ଶବ୍ଦ କରେ ନ ହେଲେ ଜୋରରେ ନିଃଶ୍ବାସ ମାରିବା ଭଳି ଶବ୍ଦ କରେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରତ୍ୟେକ ପ୍ରାଣୀର ଭୋକାଲ୍ କଡ୍ ରହିବା ସହିତ ଏକ ଭୋକାଲ୍ ବକ୍ସ୍ ମଧ୍ୟ ଥାଏ। ଏହାକୁ ପ୍ରାଣୀବିଜ୍ଞାନ ଭାଷାରେ କୁହାଯାଏ ଲାରିଙ୍କ୍ସ୍।