୧୫ରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ବର: ବଜେଟ୍‌‌ରେ ଅର୍ଥମନ୍ତ୍ରୀ ଘୋଷଣା କରିଥିବା ବ୍ୟାଙ୍କ ଘରୋଇକରଣକୁ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନଙ୍କ ୯ଟି ଯାକ ସଂଘ ପକ୍ଷରୁ ଘୋର ବିରୋଧ କରାଯାଇଛି। ଆସନ୍ତା ୧୫ ତାରିଖରୁ ଦେଶବ୍ୟାପୀ ଦୁଇଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ଭୁବନେଶ୍ବରଠାରେ ଆଜି ୟୁଏଫବିୟୁ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ୟୁଏଫବିୟୁର ଆବାହକ ରଘୁନାଥ ପ୍ରସାଦ ଦାସ, ଏଆଇବିଓସିର ଦା‌ମୋଦର ‌ନନ୍ଦ, ‌ଏଆଇବିଇଏର ଅଜୟ ରାଉତରାୟ, ବେଫିର ପ୍ରକାଶ ରାୟ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନୀତିର ତୀବ୍ର ସମାଲୋଚନା କରିଛନ୍ତି। ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ କରାଗଲେ ଲଗାତାର ୪ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ୧୩ ଓ ୧୪ ତାରିଖ ଦ୍ବିତୀୟ ଶନିବାର ଓ ରବିବାର ପାଇଁ ବ୍ୟାଙ୍କ ଛୁଟିଥିବାବେଳେ ସୋମବାର ଓ ମଙ୍ଗଳବାର ଧର୍ମଘଟ ପାଇଁ ବନ୍ଦ ରହିବ।

ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ୟୁଏଫବିୟୁ ପକ୍ଷରୁ ଗତମାସ ୧୪ ତାରିଖରୁ ପ୍ରଥମ ଦଫା ଆନ୍ଦୋଳନ ଘୋଷଣା କରାଯାଇଛି। ଏହିକ୍ରମରେ ଫେବ୍ରୁଆରି ୨୦ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମାରେ ଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଚାଲୁରହିଛି। ବୁଧବାର ଭୁବନେଶ୍ବରର ଲୋୟର ପିଏମ୍‌ଜିରୋ ଧାରଣା ଦିଆଯିବ ବୋଲି ୟୁଏଫବିୟୁ ଆବାହକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର