ଜୟଆଲୁକ୍କାସରେ ହୀରା ଉପରେ ୨୫% ରିହାତି

ଭୁବନେଶ୍ବର : ଦାନ ଋତୁରେ ଅଗ୍ରଣୀ ଗହଣା ପ୍ରତିଷ୍ଠାନ ଜୟଆଲୁକ୍କାସ ପକ୍ଷରୁ ହୀରା ଉପରେ ୨୫% ରିହାତି ପ୍ରଦାନ କରାଯାଉଛି। ଗ୍ରାହକମାନେ ବଛା ବଛା ହୀରା ସମ୍ଭାର ଉପରେ ଡିସେମ୍ବର ୯ରୁ ଆକର୍ଷଣୀୟ ଉପହାର ମଧ୍ୟ ପାଇପାରିବେ। ଏହି ରିହାତି ଜରିଆରେ ଗ୍ରାହକମାନେ ନିଜ ମନ ପସନ୍ଦର ହୀରା ଗହଣା କିଣିପାରିବେ ଏବଂ ଅଧିକ ସଞ୍ଚୟ କରିବାର ସୁଯୋଗ ପାଇବେ ବୋଲି ଜୟଆଲୁକ୍କାସ ପକ୍ଷରୁ କୁହାଯାଇଛି।

ଜୟଆଲୁକ୍କାସ ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ଜୟ ଆଲୁକ୍କାସ କହିଛନ୍ତି ଯେ ପ୍ରତିଟି ଉତ୍ସବକୁ ଆମେ ଗ୍ରାହକମାନଙ୍କ ଲାଗି ସ୍ମରଣୀୟ କରିବାକୁ ଚାହୁଛୁ। ଆମ ଅଫରଗୁଡ଼ିକ ଗ୍ରାହକମାନଙ୍କୁ ଉଲ୍ଲସିତ ଓ ରୋମାଞ୍ଚିତ କରିବାକୁ ପ୍ରସ୍ତୁତ କରାଯାଇଛି। ଚଳିତ ଛୁଟି ଋତୁରେ ଆମେ ହୀରା ଗହଣା ସମ୍ଭାର ଉପରେ ଗ୍ରାହକମାନଙ୍କୁ ସ୍ବତନ୍ତ୍ର ଅଫର ପ୍ରଦାନ କରୁଛୁ। ଏହି ଅବସରରେ ମୁଁ ଗ୍ରାହକମାନଙ୍କୁ ବଡ଼ଦିନ ଓ ନବବର୍ଷର ଅଭିନନ୍ଦନ ଜଣାଉଛି।

ସମ୍ବନ୍ଧିତ ଖବର