୩ ପ୍ରାଇଭେଟ୍‌ ମେମ୍ବର୍‌ ବିଲ୍‌ ଆଗତ କଲେ ସୁଜିତ କୁମାର

ଡାହାଣୀ ନାଁରେ ନିର୍ଯାତନା ନେଇ ସଂସଦରେ ବିଲ୍‌ ଆଗତ

ନୂଆଦିଲ୍ଲୀ : ବିଜେଡି ସାଂସଦ ସୁଜିତ କୁମାର ଶୁକ୍ରବାର ଦିନ ରାଜ୍ୟସଭାରେ ତିନିଟି ପ୍ରାଇଭେଟ୍‌ ମେମ୍ବର୍‌ ବିଲ୍‌ ଆଗତ କରିଛନ୍ତି। ସାଂସଦ ଶ୍ରୀ କୁମାରଙ୍କ ଦ୍ବାରା ଆଗତ କରାଯାଇଥିବା ଏହି ତିନିଟି ବିଲ୍‌ ହେଲା, ଦ ପ୍ରିଭେନସନ ଆଣ୍ଡ୍‌ ପ୍ରୋହିବିସନ୍‌ ଅଫ୍‌ ୱିଚ୍‌ ବ୍ରାଣ୍ଡିଂ ଆଣ୍ଡ୍‌ ଅଦର୍‌ ହାର୍ମଫୁଲ୍‌ ପ୍ରାକଟିସ୍‌ ବିଲ୍-୨୦୨୨, ଦ କୋଡ୍‌ ଅଫ୍‌ କ୍ରିମିନାଲ୍‌ ପ୍ରସିଡ୍ୟୁର୍‌ (ଆମେଣ୍ଡମେଣ୍ଟ୍‌) ବିଲ୍‌-୨୦୨୨ ଓ ଦ ନେଟ୍‌ ଜିରୋ ଏମିସନ୍ସ ବିଲ-୨୦୨୨। ଆଗତ ଉପରୋକ୍ତ ବିଲ୍‌ଗୁଡ଼ିକ ଉପରେ ଚର୍ଚ୍ଚା ହୋଇନାହିଁ।

ଡାହାଣୀ ନାଁରେ ନିର୍ଯାତନା ନେଇ ସଂସଦରେ ବିଲ୍‌ ଆଗତ

ଭୁବନେଶ୍ବର : ଡାହାଣୀ ନାଁରେ ନିର୍ଯାତନାକୁ ନେଇ ପ୍ରାଇଭେଟ୍ ବିଲ ସଂସଦରେ ଆଗତ କରାଯାଇଛି। ବିଜେଡି ସାଂସଦ ସୁଜିତ୍ କୁମାର ରାଜ୍ୟସଭାରେ ବିଲ୍ ଆଗତ ବେଳେ ଜଣାଇଛନ୍ତି, ଡାହାଣୀ ନାଁରେ ବିଶେଷକରି ମହିଳାମାନଙ୍କୁ ଶାରୀରିକ, ମାନସିକ ଏପରିକି ଯୌନ ନିର୍ଯାତନା ଦିଆଯାଉଛି। ସାମାଜିକ ବାସନ୍ଦ ସହିତ ହତ୍ୟା ମଧ୍ୟ କରାଯାଏ। ତେଣୁ ଏହାକୁ ନେଇ ଠୋସ ଆଇନ ପ୍ରସ୍ତୁତ ହେବା ଉଚିତ। ସୂଚନା ଅନୁଯାୟୀ, ଡାହାଣୀ ସନ୍ଦେହରେ ହତ୍ୟାଜନିତ ଅନେକ ମାମଲା ଦେଶ ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଆସାମ ଭଳି ଅନେକ ରାଜ୍ୟରେ ଏହାକୁ ନେଇ ଆଇନ ରହିଛି। ମାତ୍ର କେନ୍ଦ୍ର ସରକାରଙ୍କ ଦେଶବ୍ୟାପୀ ସ୍ବତନ୍ତ୍ର ଆଇନ ନାହିଁ। ଏହି ବିଲ ସଂସଦରେ ଆଗତ ହେବା ପରେ ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ଆଲୋଚନା ହୋଇ ଅନୁମୋଦିତ ହେଲେ ହିଁ ଆଇନର ରାସ୍ତା ଫିଟିବ।

ସମ୍ବନ୍ଧିତ ଖବର