୩.୨୫ ଲକ୍ଷ କୋ‌ଟିର ଅତିରିକ୍ତ ଖର୍ଚ୍ଚ ଦାବି

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷରେ ବଜେଟ୍‌ରେ ହୋଇଥିବା ବ୍ୟବସ୍ଥା ବାହାରେ ଅଧିକ ବ୍ୟୟ କରିବା ଲାଗି କେନ୍ଦ୍ର ସରକାର ସଂସଦର ଅନୁମତି ଲୋଡ଼ିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ୩.୨୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବି ସଂସଦରେ ଉପସ୍ଥାପନ କରିଛନ୍ତି। ସେଥିରୁ ୧.୦୯ ଲକ୍ଷ କୋଟି ଟଙ୍କା ସାର ସବ୍‌ସିଡି ବାବଦରେ ଖର୍ଚ୍ଚ କରାଯିବ। ସଡ଼କ ପରିବହନ, ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର, ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ, ଟେଲିକମ୍, ରେଳବାଇ ଏବଂ ଜିଏସ୍‌ଟି କ୍ଷତିପୂରଣ ଲାଗି ଅଧିକ ବ୍ୟୟ କରିବାକୁ ସରକାର ସଂସଦର ‌ଅନୁମୋଦନ ଲୋଡ଼ିଛନ୍ତି। ୨୦୨୨-୨୩ ବଜେଟ୍‌ରେ ୩୯.୪୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା।

ସମ୍ବନ୍ଧିତ ଖବର