ବ୍ୟାଙ୍କରେ ସତର୍କତା ସଚେତନତା ସପ୍ତାହ ପାଳିତ

ଭୁବନେଶ୍ବର: ରାଜ୍ୟରେ ଥିବା ବିଭିନ୍ନ ସରକାରୀ ବ୍ୟାଙ୍କଗୁଡ଼ିକ ତରଫରୁ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଇଛି। କାନାରା ବ୍ୟାଙ୍କର ଭୁବନେଶ୍ବର ମଣ୍ଡଳ କାର୍ଯ୍ୟାଳୟ ତରଫରୁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଓଡ଼ିଶା ପୁଲିସ ମହାନିରୀକ୍ଷକ ଏସ୍‌ କେ ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ୟାଙ୍କର ଭୁବନେଶ୍ବର ମଣ୍ଡଳର ମହାପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ର ଓ ଉପ ମହାପ୍ରବନ୍ଧକ ଯୋଗୀନ୍ଦର ସିଂହ ଘଙ୍ଗୀସଙ୍କ ନେତୃତ୍ବରେ ପଦଯାତ୍ରା ଓ କର୍ମଚାରୀଙ୍କୁ ଦୁର୍ନୀତି ବିରୋଧୀ ଶପଥ ପାଠ ଉତ୍ସବ ଆୟୋଜନ କରାଯାଇଥିଲା। ସେହିପରି, କର୍ପୋରେସନ୍ ବ୍ୟାଙ୍କର ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟ ତରଫରୁ ସହିଦନଗର ଠାରେ ଥିବା କ୍ଷେତ୍ରୀୟ କାର୍ଯ୍ୟାଳୟରୁ ରୁପାଲି ଛକ ପର୍ଯ୍ୟନ୍ତ ଏକ ୱାକାଥନ୍ ଆୟୋଜନ କରାଯାଇଥିଲା, ଯେଉଁଥିରେ ବ୍ୟାଙ୍କର କ୍ଷେତ୍ରୀୟ ମୁଖ୍ୟ ଏ ଆର୍‌ ରାଘବେନ୍ଦ୍ର, ସହାୟକ ମହାପ୍ରବନ୍ଧକ ଲୋକନାଥ ସାହୁ ଓ ୬୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ର ଭୁବନେଶ୍ବର ମଣ୍ଡଳ କାର୍ଯ୍ୟାଳୟ ତରଫରୁ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ କର୍ମଚାରୀମାନଙ୍କୁ ଦୁର୍ନୀତି ବିରୋଧରେ ଶପଥ ପାଠ କରାଯାଇଥିଲା। ଏହା ବ୍ୟତୀତ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ମଣ୍ଡଳ କାର୍ଯ୍ୟାଳୟରେ ଆୟୋଜନ କରାଯାଇଥିବା ସତର୍କତା ବୈଠକରେ ମଣ୍ଡଳ ମୁଖ୍ୟ ଗଣପତ୍ ଲାଲ୍ ଓ ବ୍ୟାଙ୍କର ପୂର୍ବତନ ମୁଖ୍ୟ ସତର୍କତା ଅଧିକାରୀ ସଦାନନ୍ଦ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର