ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ, ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯

ପ୍ରେରଣାଦାୟୀ ପଦକ୍ଷେପ

ପ୍ରଶ୍ନ: ଶିଳ୍ପ ବିକାଶ ପାଇଁ ବର୍ତ୍ତମାନ ରାଜ୍ୟର ପରିବେଶ କେମିତି ଥିବା ଅନୁଭବ କରୁଛନ୍ତି?
ଉତ୍ତର: ନିଶ୍ଚିତ ଭାବେ ବର୍ତ୍ତମାନ ରାଜ୍ୟରେ ଶିଳ୍ପ ପାଇଁ ଅନୁକୂଳ ପରିବେଶ ରହିଛି। ଅଧିକ ସୁଯୋଗ ସୃଷ୍ଟି ହୋଇଛି। ସକରାତ୍ମକ ଉଦ୍ଦେଶ୍ୟ ନେଇ ନୀତି ଆଉ ଯୋଜନା ପ୍ରସ୍ତୁତ ହେଉଛି। କିନ୍ତୁ ତାହା ଠିକ ଢଙ୍ଗରେ କାର୍ଯ୍ୟକାରୀ ହେବା ଆବଶ୍ୟକ। ନୀତିର ସଫଳ ରୂପାୟନ ନହେଲେ ଶିଳ୍ପ ବିକାଶ ସମ୍ଭବ ହେବ ନାହିଁ।
ପ୍ରଶ୍ନ: ଏଥିପାଇଁ କେଉଁ ସ୍ତରରେ ପଦକ୍ଷେପ ନିଆଯିବା ଆବଶ୍ୟକ?
ଉତ୍ତର:ଶିଳ୍ପ ଏବଂ ଶିଳ୍ପ ସହ ସଂଶ୍ଳିଷ୍ଟ ବିଭିନ୍ନ ବିଭାଗର ଅଧିକାରୀମାନେ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅଧିକ ଉତ୍ସାହ ଏବଂ ସହଯୋଗ ଦେଲେ ଯୋଜନାର ସଫଳ ରୂପାୟନ ସମ୍ଭବ ହେବ। ବିଶେଷକରି ଇଡକୋ, ଅର୍ଥ, ଶିଳ୍ପ ବିଭାଗରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ଯୋଜନା କାର୍ଯ୍ୟକାରୀ ପାଇଁ ସକ୍ରିୟତା ଦେଖାଇବାକୁ ପଡିବ।
ପ୍ରଶ୍ନ: ଓଡ଼ିଶାରେ ଶିଳ୍ପର ଭବିଷ୍ୟତ କ’ଣ?
ଉତ୍ତର: ପରିବେଶ ଯେହେତୁ ଅନୁକୂଳ ରହିଛି, ସେଥିପାଇଁ ଭବିଷ୍ୟତ ଉଜ୍ଜ୍ବଳ ଆଶା କରାଯିବ। ବର୍ତ୍ତମାନ ଯେଉଁ ସୁଯୋଗ ସୃଷ୍ଟି ହୋଇଛି, ତାହାର ଫାଇଦା ତ ଶିଳ୍ପପତିମାନେ ନେବେ, କିନ୍ତୁ ଅଧିକାରୀମାନେ ସକ୍ରିୟ ସହଯୋଗ କଲେ ଯାଇ ଭବିଷ୍ୟତରେ ତାହାର ପ୍ରଭାବ ଅନୁଭବ ହେବ। ବର୍ତ୍ତମାନ କୃଷି ତଥା ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି ହୋଇଛି। ଏସବୁ ଶିଳ୍ପର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ବଳ।
ପ୍ରଶ୍ନ: ସମ୍ବାଦ କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡ ସଂପର୍କରେ କ’ଣ କହିବେ?
ଉତ୍ତର: ଏହା ଏକ ଅଭିନବ ଉଦ୍ୟମ। ଭଲ ଓ ସ୍ବାଗତଯୋଗ୍ୟ ପଦକ୍ଷେପ। ‌ଯୁବକମାନଙ୍କୁ ‌ଶିଳ୍ପ କ୍ଷେତ୍ରକୁ ଆସିବା ପାଇଁ ପ୍ରେରଣା ଦେବ। ବିଭିନ୍ନ ବର୍ଗରେ ଯେଉଁ ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି, ତାହା ବି ଅତ୍ୟନ୍ତ ପ୍ରେରଣାଦାୟକ। ମୋ’ ମତରେ ଏଥିରେ ଯଦି ସ୍ବତନ୍ତ୍ର ଭାବେ ମହିଳା ଶିଳ୍ପଦ୍ୟୋଗୀଙ୍କ ପାଇଁ ଗୋଟିଏ ବିଭାଗ ରୁହନ୍ତା ତେବେ ତାହା ଓଡ଼ିଶାର ମହିଳାଙ୍କୁ ଶିଳ୍ପ କ୍ଷେତ୍ରରେ ଅଧିକ ପ୍ରେରଣା ଦିଅନ୍ତା।

ସମ୍ବନ୍ଧିତ ଖବର