କ୍ଲାସ୍‌ ଇଣ୍ଡିଆର ନୂଆ କୃଷି ଉତ୍ପାଦ

ନୂଆଦିଲ୍ଲୀ: ଜର୍ମାନିର କଂପାନି କ୍ଲାସ୍‌ ଇଣ୍ଡିଆ ପକ୍ଷରୁ ନୂଆ କୃଷି ଯନ୍ତ୍ରପାତିକୁ ଉନ୍ମୋଚନ କରାଯାଇଛି। କ୍ରପ୍‌ ଟାଇଗର୍‌ ୩୦ ଏବଂ ଡୋମିନେଟର୍‌ ୪୦ ନାମକ ଦୁଇଟି ଉତ୍ପାଦକୁ କଂପାନି ଉନ୍ମୋଚନ କରିଛି। କ୍ରପ୍‌ ଟାଇଗର୍‌ ୩୦ ଓଡ଼ିଶାରେ ଆଦୃତ ହୋଇଥିବା ବେଳେ ଡୋମିନେଟଣ୍‌ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ବ୍ୟାପକ ଲୋକପ୍ରିୟତା ହାସଲ କରିଥିବା କଂପାନି ପକ୍ଷରୁ କୁହାଯାଇଛି। ଓଡ଼ିଶାରେ କଂପାନିର ୭ଟି ସ୍ଥାନରେ ଡିଲରସିପ୍‌ ରହିଥିବା ବେଳେ ଏହାକୁ ସମ୍ପ୍ରସାରିତ କରିବାକୁ କ୍ଲାସ୍‌ ଇଣ୍ଡିଆ ଯୋଜନା ରଖିଛି। ଭାରତ ବ୍ୟତୀତ ଅନ୍ୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ କ୍ଲାସ୍‌ ଇଣ୍ଡିଆ ଏହାର ଉତ୍ପାଦ ବିକ୍ରି କରୁଛି। ଚଣ୍ଡିଗଡ଼ର ମୋରିଣ୍ଡାଠାରେ କଂପାନିର ଏକ ବଡ଼ କାରଖାନା ରହିଛି।

ସମ୍ବନ୍ଧିତ ଖବର