ପ୍ରଥମ ବର୍ଷ ପରେ ୨୫% ପଲିସି ଅକାମୀ

ନୂଆଦିଲ୍ଲୀ: ବୀମା ପଲିସି କିଣି ବର୍ଷେ ପର୍ଯ୍ୟନ୍ତ ପ୍ରିମିୟମ୍‌ ଦାଖଲ କରିବା ପରେ ଲୋକମାନେ ତାହାକୁ ଭୁଲି ଯାଉଛନ୍ତି। ଏଭଳି ପରିସ୍ଥିତି ଲୋକମାନେ ପ୍ରିମିୟମ୍‌ ବାବଦରେ ଦେଇଥିବା ଟଙ୍କା ହରାଉଛନ୍ତି ଓ ସେହି ଟଙ୍କାରେ ବୀମା କଂପାନିଗୁଡ଼ିକ ଲାଭବାନ ହେଉଥିବା ଜଣାପଡ଼ିିଛି।ପ୍ରଥମ ବର୍ଷ ପରେ ୨୫% ପଲିସି ଅକାମୀ ହୋଇଯାଉଛି। ପଲିସିି ଆରମ୍ଭ ହେବାର ବର୍ଷକ ମଧ୍ୟରେ ଯଦି ପଲିସିଟି ଅକାମୀ ହୋଇଯାଏ ତାହେଲେ ପଲିସିଧାରୀ ପ୍ରାୟ ସମସ୍ତ ଅର୍ଥ ହରାଇଥାନ୍ତି। କାରଣ ବୀମା କମ୍ପାନି ପ୍ରଥମ ବର୍ଷରେ ଏଜେଣ୍ଟ ନେଇଥିବା କମିିସନ୍‌ ସମେତ ଅନ୍ୟାନ୍ୟ ଖର୍ଚକୁ କାଟି ରଖିଥାନ୍ତି। ୨୦୧୬-୧୭ରେ ବୁ ବୀମା କମ୍ପାନି ଯେତିକି ମୂଲ୍ୟର ପଲିସି ବିକ୍ରି କରିଥିଲେ ସେଥିରେ ଏଲଆଇସିର ଯୋଗଦାନ ରହିଥିଲା ୪୪ ପ୍ରତିଶତ। ତେଣୁ ୨୫ ପ୍ରତିଶତ ପଲିସିର ନବୀକରଣ ହେଉ ନଥିବା ବିଷୟକୁ ଯଦି ହିସାବକୁ ନିଆଯାଏ ତାହେଲେ ଏଲ୍‌ଆଇସିକୁ ୫୦୦୦ କୋଟି ଟଙ୍କା ମିଳିଯାଉଥିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର