ମୋସନ ପକ୍ଷରୁ ୨୮ରେ ନିଃଶୁଳ୍କ କୋଚିଂ ଲଟେରି ଉଠାଣ

କୋଟା : ଜେଇଇ, ନିଟ୍ ଏବଂ ବିଭିନ୍ନ ପ୍ରକାର ଅଲମ୍ପିଆଡ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ କୋଟାସ୍ଥିତ ମୋସନ ଏଜୁକେସନ ପକ୍ଷରୁ ନିଃଶୁଳ୍କ କୋଚିଂ ଲଟେରି ୨୦୨୩ ଘୋଷଣା କରାଯାଇଛି। ଆସନ୍ତା ୨୮ ତାରିଖରେ ଏହାର ଉଠାଣ ହେବ। ‌ମୋସନର ୟୁଟ୍ୟୁବ ଚ୍ୟାନେଲରୁ ହେଉଥିବା ଅର୍ଥକୁ ଏ କ୍ଷେତ୍ରରେ ଉପଯୋଗ କରାଯିବ। ୧୪୦ ରୁ ଅଧିକ ଛାତ୍ରଛାତ୍ରୀ ଉକ୍ତ ମେଧାବୃତ୍ତି ମାଧ୍ୟମରେ ଉପକୃତ ହେବେ। ମୋସନ ଏଜୁକେସନର ୟୁଟ୍ୟୁବ ଚ୍ୟାନେଲ ଏବଂ ୱେବସାଇଟ୍‌ https://motion.ac.in ରେ ଛାତ୍ରଛାତ୍ରୀମାନଙ୍କୁ ୨୭ ତାରିଖ ସୁଦ୍ଧା ଅନଲାଇନ ଗୁଗୁଲ୍‌ ଫର୍ମ ପୂରଣ କରିବାକୁ ହେବ। ସାରା ଦେଶର ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ ବୋଲି ମୋସନ ଏକୁଜେସନର ପ୍ରତିଷ୍ଠାତା ତଥା ସିଇଓ ନୀତୀନ ବିଜୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର