ଅର୍ଥନୀତିରେ ଦ୍ରୁତ ସୁଧାରର ସଂକେତ : ପ୍ରଥମ ତିନିମାସରେ ଜିଡିପି ଅଭିବୃଦ୍ଧି ୨୦.୧%

ମୁମ୍ବାଇ : ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପ୍ରିଲ-ଜୁନ)ରେ ଦେଶର ଜିଡିପି ୨୦.୧ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଛି । ଗତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ଦେଶର ଡିଜିପି ଅଭିବୃଦ୍ଧି ୨୪.୪ ପ୍ରତିଶତ ହ୍ରାସ ପାଇଥିଲା । କରୋନା ମହାମାରୀ ବ୍ୟାପିବା ପରେ ଦେଶବ୍ୟାପୀ ଲକଡାଉନ ଜାରି କରାଯାଇଥିବାରୁ ଦେଶର ଜିଡିପି ଅଭିବୃଦ୍ଧି ନକାରାତ୍ମକ ସ୍ତରକୁ ଚାଲିଯାଇଥିଲା ।

ଗୋଟିଏ ଦେଶରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ମୋଟ ବଜାର ମୂଲ୍ୟକୁ ଗ୍ରସ ଡୋମେଷ୍ଟିକ ପ୍ରଡକ୍ଟ (ଜିଡିପି) ବା ମୋଟ ଘରୋଇ ଉତ୍ପାଦନ ବୋଲି କୁହାଯାଏ । ଜିଡିପି ଅଭିବୃଦ୍ଧି ଗୋଟିଏ ଦେଶର ଅର୍ଥନୈତିକ ଅବସ୍ଥାର ଏକ ପ୍ରମୁଖ ସୂଚକ ଭାବେ ଧରାଯାଇଥାଏ ।

ଅନ୍ୟପକ୍ଷରେ ଭାରତୀୟ ଷ୍ଟକ ବଜାରରେ ଆଜି ଉଲ୍ଲେଖନୀୟ ବୃଦ୍ଧି ପରିଲକ୍ଷିତ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ଆଜି ୬୬୨.୬୩ ପଏଣ୍ଟ ବୃଦ୍ଧି ପାଇ ୫୭,୫୫୨.୩୯ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫଟୀ ୨୦୧.୧୫ ପଏଣ୍ଟ ବୃଦ୍ଧି ପାଇ ୧୭,୧୩୨.୨୦ ପଏଣ୍ଟରେ ବନ୍ଦ ହୋଇଛି । ଆଜି ଦିନରେ ସେନସେକ୍ଟ ସର୍ବକାଳୀନ ରେକର୍ଡ ଉଚ୍ଚତା ୫୭,୬୨୫.୨୬ ପଏଣ୍ଟ ଛୁଇଁଥିବାବେଳେ ନିଫଟୀ ୧୭,୧୫୩.୫୦ ପଏଣ୍ଟକୁ ଛୁଇଁଥିଲା ।

ସମ୍ବନ୍ଧିତ ଖବର