ଏଲ୍‌ସିଡି ଟିଭି ଦାମ୍ ଚାରି ହଜାର ଟଙ୍କା

ନୂଆଦିଲ୍ଲୀ: ଚାରି ହଜାର ଟଙ୍କାରେ ଏଲ୍‌ସିଡି ଟିଭି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଡେଟେଲ୍‌ ନାମକ ଏକ ଭାରତୀୟ କଂପାନି ଏହି ଦାମ୍‌ରେ ଏଲ୍‌ସିଡି ଟିଭି ବିକ୍ରି କରିବାକୁ ଘୋଷଣା କରିଛି। ଏହାକୁ ବିଶ୍ବର ସବୁଠୁ ଶସ୍ତା ଏଲ୍‌ସିଡି ଟିଭି କୁହାଯାଇଛି। ଟିଭିର ନାମ ହେଉଛି ଡି୧। ୧୯ ଇଞ୍ଚର ଏହି ଟିଭିରେ ୟୁଏସ୍‌ବି ‌ପୋର୍ଟ ଓ ଏଚ୍‌ଡିଏମ୍‌ଆଇ ପୋର୍ଟ ରହିଛି। ଗ୍ରାହକମାନେ ଏହାକୁ ଲାପ୍‌ଟପ୍ ଓ କମ୍ପ୍ୟୁଟର୍‌ରେ ମଧ୍ୟ ବ୍ୟବହାର କରିପାରିବେ। ମୋବାଇଲ୍‌ ଫୋନ୍ କଂପାନି ଭାବେ ପରିଚିତ ଥିବା ଡେଟେଲ୍‌ ଏହି ସୁଲଭ ମୂଲ୍ୟର ଟିଭି ଜରିଆରେ ଘରେ ଘରେ ଟିଭି ପହଞ୍ଚାଇବାକୁ ଲକ୍ଷ୍ୟ ରଘିଛି।

ସମ୍ବନ୍ଧିତ ଖବର