ଭୁବନେଶ୍ବରରେ ‘ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍‌’ର ରୁପାଲି ଛକରେ ନୂଆ ଷ୍ଟୋର୍‌

ଭୁବନେଶ୍ବର: ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍‌ର ନୂଆ ଷ୍ଟୋର୍‌ ରୁପାଲି ଛକରେ ସ୍ଥାପନ କରାଯାଇଛି। ଏହି ‌ଷ୍ଟୋର୍‌କୁ ୬୭୩୬ ବର୍ଗଫୁଟ ସ୍ଥାନରେ ନିର୍ମାଣ କରାଯାଇଛି। ନୂଆ ଷ୍ଟୋର୍‌ରେ ଗ୍ରାହକମାନଙ୍କ ପାଇଁ ରହିଛି ବ୍ରାଇଡାଲ୍ ଜୁଏଲାରି, ପାରମ୍ପରିକ ଗହଣା ଓ ପ୍ରତିଦିନ ପିନ୍ଧି ହେଉଥିବା ଗହଣା। ହୀରା ଗହଣା ବର୍ଗରେ ରହିଛି ମାଇନ୍ ଓ ଏରା ବ୍ରାଣ୍ଡ୍‌ର ଗହଣା। ରତ୍ନପଥର ଅଳଙ୍କାର ପ୍ରେସିଆ, ଜୀବନଶୈଳୀ ଏବଂ ପିଲାମାନଙ୍କ ପାଇଁ ମଧ୍ୟ ଏଠାରେ ଗହଣା ରହିଛି। ଗ୍ରାହକମାନଙ୍କ ପାଇଁ ଚଳିତ ମାସ ୧୦ରୁ ଏହି ଗହଣାଗୁଡ଼ିକ ପ୍ରଦର୍ଶିତ ହେବ।

ଏହି ଅବସରରେ ମାଲାବାର ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍ ପି ଅହମ୍ମଦ କହିଛନ୍ତି ଯେ ଭୁବନେଶ୍ବରକୁ ଆମେ ଆମ କାରବାର ସମ୍ପ୍ରସାରିତ କରିଥିବାରୁ ବେଶ୍‌ ଆନନ୍ଦିତ। ଆମ ଷ୍ଟୋର୍‌ରେ ଗ୍ରାହକମାନେ ଉନ୍ନତ ଡିଜାଇନ, ଗୁଣବତ୍ତା ଏବଂ ଉତ୍କୃଷ୍ଟ ସେବା ସହିତ ଗହଣା କିଣିବାରେ ଅତୁଳନୀୟ ଅନୁଭୂତି ପାଇବେ। ନିଜକୁ ବିଶ୍ବର ଏକ ନମ୍ବର ସୁନା ଗହଣା ବିକ୍ରେତାରେ ପରିଣତ କରିବା ଲାଗି କଂପାନି ଯେଉଁ ବଡ଼ ଯୋଜନା ରଖିଛି ଭୁବନେଶ୍ବର ଷ୍ଟୋର୍‌ ଖୋଲିବା ସେହି ଯୋଜନାର ଏକ ଅଂଶ ବୋଲି ସେ କହିଛନ୍ତି। ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍‌ ୱାନ୍ ଇଣ୍ଡିଆ ୱାନ୍ ଗୋଲ୍ଡ ରେଟ୍‌ ସ୍କିମ୍ ଆରମ୍ଭ କରିଛି।

ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍‌ ଗ୍ରାହକମାନଙ୍କୁ ୧୦ଟି ପ୍ରତିଶ୍ରୁତି ଦେଉଛି। ତାହା ହେଉଛି ସଠିକ୍ ଉତ୍ପାଦନ ମୂଲ୍ୟ, ପଥର ଓଜନ, ମୋଟ ଓଜନ, ପ୍ରାଇସ୍‌ ଟ୍ୟାଗ୍‌, ଅଳଙ୍କାରର ଆଜୀବନ ରକ୍ଷଣାବେକ୍ଷଣ, ପୁରୁଣା ସୁନା ବଦଳାଇବା ବେଳେ ୧୦୦% ମୂଲ୍ୟ ପ୍ରଦାନ, ଏକ୍ସଚେଞ୍ଜ ବେଳେ ମୂଲ୍ୟରେ କୌଣସି କଟାକଟି ହେବନି, ୧୦୦% ବିଆଇଏସ୍‌ ହଲମାର୍କ ପ୍ରମାଣିତ ଶୁଦ୍ଧ ସୁନା, ଆଇଜିଆଇ ଓ ଜିଆଇଏ ପ୍ରମାଣିତ ହୀରା, ପୁନଃ କ୍ରୟର ଗ୍ୟାରେଣ୍ଟି, ଗୁଣବତ୍ତା ପରୀକ୍ଷା ଲାଗି କ୍ୟାରେଟ୍ ଆନାଲାଇଜର୍‌, ନିର୍ଭରଯୋଗ୍ୟ ଉତ୍ସରୁ ସଂଗ୍ରହ ଓ ଉପଯୁକ୍ତ ଶ୍ରମ। କଂପାନି ଲାଭର ୫% ସାମାଜିକ ଦାୟିତ୍ବବୋଧ କାର୍ଯ୍ୟରେ ବ୍ୟବହାର କରୁଛି।

ସମ୍ବନ୍ଧିତ ଖବର