ମୋଟୋରୋଲାର ନୂଆ ମୋଟୋ ଏକ୍ସ୪

ପ୍ରିମିୟମ୍‌ ଗ୍ଲାସ୍‌ ଏବଂ ମେଟାଲ୍‌ ଡିଜାଇନ୍‌ ସହିତ ନୂଆ ୪ଜି ସ୍ମାର୍ଟଫୋନ୍‌ ମୋଟୋ ଏକ୍ସ୪କୁ ମେଟୋରୋଲା ପକ୍ଷରୁ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ହେଉଛି ୨୦,୯୯୯ ଟଙ୍କା ଓ ଏହା ଫ୍ଲିପ୍‌କାର୍ଟ ଓ ମୋଟୋ ହବ୍‌ରେ ଉପଲବ୍ଧ ହେଉଛି। ଏଥିରେ ରହିଛି ଦୁଇଟି ପଛ କ୍ୟାମେରା। ଏହା ଧୂଳି ପ୍ରତିରୋଧୀ ହୋଇଥିବା ବେଳେ କଂପାନି ନିଜେ ବିକଶିତ କରିିଥିବା ଅଡିଓ ବ୍ୟବସ୍ଥା ମୋଟୋ ଏକ୍ସ୪ରେ ରହିଛି। କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ ୬୩୦ ପ୍ରୋସେସର ଥିବା ଏହି ଫୋନ୍‌ ଷ୍ଟ୍ରିଲିଙ୍ଗ ବ୍ଲୁ ଏବଂ ସୁପର ବ୍ଲାକ୍‌ ଭଳି ରଙ୍ଗରେ ଉପଲବ୍ଧ ହେଉଛି। ଏହାର ବିଶେଷତା ମଧ୍ୟରେ ଦକ୍ଷ କ୍ୟାମେରା ସଫ୍ଟୱୟାର ବିଶିଷ୍ଟ ଦୁଇଟି ପଛ କ୍ୟାମେରା , ଆଇପି ୬୮ ଓ ଧୁଳି ପ୍ରତିରୋଧକ ଏବଂ ପ୍ରଥମଥର ପାଇଁ ନିଜ ଅଡିଓ ଆବିଷ୍କାର ରହିଛି। ଉକ୍ତ ଉତ୍ପାଦରେ କ୍ୱାଲାକୋମ ସ୍ନାପ ଡ୍ରାଗନ ୬୩୦ ପ୍ରୋସେସର ରହିବା ସହ ଷ୍ଟ୍ରିଲିଙ୍ଗ ବ୍ଲୁ ଏବଂ ସୁପର ବ୍ଲାକ ଭଳି ଦୁଇଟି କଲର ଭାରିଏଣ୍ଟରେ ଉପଲବ୍ଧ ହେଉଛି। ଏହି ଫୋନ୍‌ ଉପରେ ବିଭିନ୍ନ ଅଫର ମଧ୍ୟ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର