ପିଆଜ ଦର ଆହୁରି ବଢିବା ଆଶଙ୍କା, ନାସିକରେ ରେକର୍ଡ ଉଚ୍ଚତାରେ ପହଞ୍ଚିଲା ହୋଲସେଲ୍‌ ଦର

ଭୁବନେଶ୍ୱର : କାର୍ତ୍ତିକ ମାସ ଓ ଅଦିନିଆ ବର୍ଷା ଯୋଗୁଁ ଏବେ ବଜାରରେ ପନିପରିବା ଦର ଆକାଶଛୁଆଁ ହୋଇଥିବାବେଳେ ପିଆଜ ଦର ଖାଉଟିଙ୍କୁ କନ୍ଦାଇବା ଆରମ୍ଭ କରିଛି । ପିଆଜ ଦର ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି । ଏହାର କାରଣ ହେଉଛି ଦେଶର ପ୍ରମୁଖ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ରରେ ଅଦିନିଆ ଲଗଣ ବର୍ଷା । ମହାରାଷ୍ଟ୍ରରେ ଏବେ ମହା ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି । ଏହା ଯୋଗୁଁ ପିଆଜ ଚାଷ ଓ ପିଆଜର ଯୋଗାଣ ପ୍ରଭାବିତ ହୋଇଛି ।

ଦେଶର ସର୍ବବୃହତ ପିଆଜ ହୋଲସେଲ ବଜାର ନାସିକର ଲସଲଗାଁଓରେ ପିଆଜ ଦର ଆଜି କ୍ୱିଣ୍ଟାଲ ପିଛା ୫,୫୫୧ ଟଙ୍କାକୁ ବୃଦ୍ଧି ପାଇଛି । ଏହାଫଳରେ ଦର ଏବେ ୨୦୧୫ର ରେକର୍ଡ ଉଚ୍ଚତାର ନିକଟବର୍ତ୍ତି ହୋଇଛି । ଲସଲଗାଁଓରେ ପିଆଜ ଦର ୨୦୧୫ ଅଗଷ୍ଟ୨୨ରେ କ୍ୱିଣ୍ଟାଲ ପିଛା ୫,୭୦୦ ଟଙ୍କାରେ ପହଞ୍ଚିଥିଲା । ହୋଲସେଲ ଦର ବୃଦ୍ଧି ପାଇଥିବାରୁ ନାସିକରେ ଏବେ ପିଆଜ ଦର କିଲୋଗ୍ରାମ ପିଛା ୭୦ ଟଙ୍କା ଛୁଇଁଛି । ଗତ ୧୫ ଦିନରେ ପିଆଜ ଦର ୧୨୬ ପ୍ରତିଶତ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର