ସେନ୍‌ସେକ୍ସରେ ୬୭୧ ପଏଣ୍ଟ୍‌ ହ୍ରାସ

ମୁମ୍ବାଇ: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ଆଜି ୬୭୧ ପଏଣ୍ଟ୍‌ ହ୍ରାସ ପାଇ ୭୧,୩୫୫ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୧୯୭ ପଏଣ୍ଟ୍‌ ହ୍ରାସ ପାଇ ୨୧,୫୧୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ବିଶ୍ବର ବିଭିନ୍ନ ପ୍ରାନ୍ତରେ ସେୟାର କାରବାର ମାନ୍ଦା ରହିବା ଏବଂ ଲାଭ ପାଇବା ଆଶାରେ କିଛି ନିବେଶକ ସେୟାର ବିକ୍ରି କରିବାକୁ ସେନ୍‌ସେକ୍ସରେ ଆଜି ହ୍ରାସ ଘଟିଛି।ଆଜି କାରବାର ବେଳେ ସରକାରୀ ଉଦେ୍ୟାଗ, ବ୍ୟାଙ୍କ, ଧାତବ, ଏଫ୍ଏମ୍‌ସିଜି, ସ୍ବାସ୍ଥ୍ୟ ସେବା ଆଦି କ୍ଷେତ୍ରର କଂପାନିଗୁଡ଼ିକର ସେୟାର ମୂଲ୍ୟ ହ୍ରାସ ପାଇଥିଲା। ସେନ୍‌ସେକ୍ସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଟିସିଏସ୍‌, ହିନ୍ଦୁସ୍ତାନ ୟୁନିଲିଭର, ଆଇଟିସି ଓ ଷ୍ଟେଟ୍‌ ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଥିଲା।

ସମ୍ବନ୍ଧିତ ଖବର