ଷ୍ଟେଟ ବ୍ୟାଙ୍କ ନିଟ୍ ଲାଭରେ ୮୧% ବୃଦ୍ଧି

ମୁମ୍ବାଇ : ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ନିଟ୍ ଲାଭ ୮୧ ପ୍ରତିଶତ ବୃଦ୍ଧି ଘଟି ୪୧୮୯.୩ କୋଟି ଟଙ୍କାରେ ପହଞ୍ଚିଛି। ବ୍ୟାଙ୍କର ନିଟ୍ ସୁଧ ଆୟରେ ବୃଦ୍ଧି ଯୋଗୁ ଲାଭରେ ଏହି ବୃଦ୍ଧି ପରିଲକ୍ଷିତ ହୋଇଛି। ଏଥିସହିତ ଜୁନ ମାସରେ ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସ କମ୍ପାନିର ୨.୧ ପ୍ରତିଶତ ଅଂଶଧନ ବିକ୍ରି କରି ୧୫୩୯.୭୩ କୋଟି ଟଙ୍କା ସଂଗ୍ରହ କରିଥିଲା। ଲାଭ ଉପରେ ଏହାର ମଧ୍ୟ ଏକ ଭଲ ପ୍ରଭାବ ପଡ଼ିଛି। ଉକ୍ତ ତ୍ରୟମାସରେ ବ୍ୟାଙ୍କର ମୋଟ ଜମାରାଶିରେ ୧୬ ପ୍ରତିଶତ ବୃଦ୍ଧି ଘଟି ୩୪.୧୯ ଟ୍ରିଲିଅନ ଟଙ୍କାରେ ପହଞ୍ଚିଛି। ସେହିଭଳି ମୋଟ ଅଗ୍ରିମ ରାଶିରେ ୬.୬ ପ୍ରତିଶତ ବୃଦ୍ଧି ଘଟି ୨୩.୮୫ ଟ୍ରିଲିଅନ ଟଙ୍କା ଛୁଇଁଛି। ବ୍ୟାଙ୍କର ପୁଞ୍ଜି ସ୍ବଚ୍ଛଳତା ହାର ୧୩.୪ ପ୍ରତିଶତରେ ରହିଛି।

ସମ୍ବନ୍ଧିତ ଖବର