ଚଳନ୍ତା କାରରେ ଲାଗୁଛି ନିଆଁ! ଏପରି ଅଘଟଣ ପୂର୍ବରୁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ସଂପ୍ରତି ସାରା ଦେଶରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ବିଭିନ୍ନ ସ୍ଥାନରେ ଗାଡ଼ିରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସୁଛି। ଗତ ସପ୍ତାହରେ ଜୟପୁରରେ ମହିନ୍ଦ୍ରାର ଫ୍ଲାଗସିପ୍ ମଡେଲ ମହିନ୍ଦ୍ରା ଏକ୍ସୟୁଭି ୭୦୦ରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଗାଡ଼ିଟିରେ ରାସ୍ତା ମଝିରେ ନିଆଁ ଲାଗିଯାଇଥିଲା, ହଠାତ୍ ନିଆଁର ପ୍ରକୋପ ବଢ଼ିଯାଇଥିଲା। ତେବେ ସବୁଠୁ ବଡ଼କଥା ହେଉଛି କାରରେ ଥିବା ଲୋକମାନେ ଠିକ୍ ସମୟରେ ବାହାରକୁ ଆସିଯାଇଥିଲେ, ଯାହାଫଳରେ ସେମାନଙ୍କ ଜୀବନ ରକ୍ଷା ପାଇଯାଇଛି। ଗାଡିରେ ନିଆଁ ଲାଗିବା ପାଇଁ ଅନେକ କାରଣ ଥାଇପାରେ, ଯେପରିକି ତେଲ ଲିକ୍ କରିବା, ସର୍ଟ ସର୍କିଟ କିମ୍ବା ବ୍ୟାଟେରି ଇତ୍ୟାଦି। କିନ୍ତୁ ଚଳନ୍ତା ଗାଡ଼ିରେ ଇଞ୍ଜିନ ଅତ୍ୟଧିକ ଗରମ ହେବା ସମସ୍ୟା ଏକ ସାଧାରଣ କଥା, ଯାହା ଯଦି ଠିକ୍ ସମୟରେ ବନ୍ଦ ନହୁଏ ତେବେ ଚଳନ୍ତା ଗାଡିରେ ମଧ୍ୟ ନିଆଁ ଲାଗିପାରେ।

ଅଧିକାଂଶ ସମୟରେ ଗାଡ଼ିର ଇଞ୍ଜିନ ଅତ୍ୟଧିକ ଗରମ ହୋଇ ଏପରି ନିଆଁ ଲାଗିଥାଏ। ଖରା ଦିନରେ ଆପଣ ଯଦି କାରର ବିଶେଷ ଧ୍ୟାନ ଦିଅନ୍ତି ତେବେ ଏପରି ବିପଦକୁ ଏଡାଇ ପାରିବେ। ଏଥିପାଇଁ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ। ତେବେ ଆସନ୍ତୁ ଜାଣିବା ଇଞ୍ଜିନ ଅତ୍ୟଧିକ ଗରମ ହେବାର କାରଣ।

ଇଞ୍ଜିନ୍ ଅତ୍ୟଧିକ ଉତ୍ତାପର ଲକ୍ଷଣ:
-ସାମ୍ନା ବୋନେଟରୁ କିମ୍ବା ଏହାର ତଳ ପଟରୁ ଧୂଆଁ କିମ୍ବା ବାଷ୍ପ ବାହାରିବା ।
-ଡ୍ୟାସବୋର୍ଡ କିମ୍ବା ଡ୍ରାଇଭର କନସୋଲରେ ତାପମାତ୍ରା ବୃଦ୍ଧି ।
-ଇଞ୍ଜିନର ତାପମାତ୍ରା ଗେଜ୍ “ଏଚ୍” କୁ ବଢ଼ିଯିବା କିମ୍ବା ଗେଜ୍ ଡେଞ୍ଜର ଜୋନକୁ ଚାଲିଯିବା ।
-କାର୍ ସମ୍ମୁଖରୁ ବାହାରୁଥିବା ଜଳୁଥିବାର ଗନ୍ଧ, ବିଶେଷକରି ହୁଡ୍ ନିକଟରେ ।

କାରରେ ରଖନ୍ତୁ ଏହି ଜରୁରୀ ଉପକରଣ:ତଉଲିଆ, ଗ୍ଲୋଭସ୍, ପାଣି 

ଯଦି ଆପଣ ଅନୁଭବ କରୁଛନ୍ତି ଯେ ଗାଡି ଚଲାଇବା ସମୟରେ ଇଞ୍ଜିନ୍ ଅତ୍ୟଧିକ ଗରମ ହେଉଛି, ତେବେ ସର୍ବପ୍ରଥମେ ଆପଣ କାରର ହିଟର ଟର୍ନ୍ ଅନ୍ କରନ୍ତୁ । ଆପଣ ଏହାକୁ ଟିକେ ଅଜବ ମନେ କରିପାରନ୍ତି କିନ୍ତୁ ଅଟୋ ପାର୍ଟସର ଏକ ପୋର୍ଟାଲ୍ କାରଆଇଡି ଅନୁଯାୟୀ, ଏହା କରିବାକୁ ପରାମର୍ଶ ଦିଆଯାଇଛି । ଏହା ଇଞ୍ଜିନର ଉତ୍ତାପକୁ ଯାତ୍ରୀ କମ୍ପାର୍ଟମେଣ୍ଟକୁ ନିର୍ଦ୍ଦେଶ କରିଥାଏ, ଯାହା ଇଞ୍ଜିନର କୁଲିଂ ସିଷ୍ଟମରେ ଭାର ହ୍ରାସ କରିଥାଏ । କେତେକ ପରିସ୍ଥିତିରେ, ଇଞ୍ଜିନ୍ କମ୍ପାର୍ଟମେଣ୍ଟରୁ ଅଧିକ ଗରମକୁ ଦୂରେଇ ରଖିବା ପାଇଁ ଏହା ଯଥେଷ୍ଟ ହୋଇପାରେ । ଏଥିପାଇଁ ଆପଣଙ୍କୁ କାରର ସ୍ପିଡୋମିଟରରେ ଦିଆଯାଇଥିବା ଓଭର୍ ହିଟିଂ ସିଗ୍ନଲ୍ ଦେଖିବାକୁ ପଡିବ, ଯଦି ତାପମାତ୍ରା ଲାଇଟ୍ ବନ୍ଦ ହୋଇଯାଏ, ତେବେ ଆପଣ ଜାଣିବେ ଯେ ଏହି ପ୍ରକ୍ରିୟା କାମକରୁଅଛି ।

ଯଦି ହିଟର ଟର୍ନ୍ ଅନ୍ କରିବା ପରେ ମଧ୍ୟ ଅତ୍ୟଧିକ ଗରମ ହ୍ରାସ ହେଉନାହିଁ, ତୁରନ୍ତ କାରର ଇଗ୍ନିସ୍ (ଇଞ୍ଜିନ୍) ବନ୍ଦ କରନ୍ତୁ । ଏହା ଇଞ୍ଜିନକୁ ଥଣ୍ଡା କରିବା ପାଇଁ ସହଜ ଉପାୟ ଅଟେ । ଇଞ୍ଜିନ୍ ବନ୍ଦ କରିବା ପୂର୍ବରୁ କାରକୁ ରାସ୍ତା କଡ଼ରେ ପାର୍କ କରି ତୁରନ୍ତ କାରରୁ ବାହାରକୁ ଚାଲିଯାଆନ୍ତୁ । ସମ୍ଭବତଃ କାହାର ସାହାଯ୍ୟ ନିଅନ୍ତୁ କିମ୍ବା ରାସ୍ତା କଡ଼ରେ ଦିଆଯାଇଥିବା ହେଲ୍ପ ଲାଇନକୁକୁ କଲ କରନ୍ତୁ । ଆଜିକାଲି, ଅନେକ ଯାନ ନିର୍ମାତା ମଧ୍ୟ ରାସ୍ତାରେ ଖରାପ ହେଉଥିବା ଗାଡ଼ି ପାଇଁ ସହାୟତା ପ୍ରଦାନ କରୁଛନ୍ତି ।

ଯଦି ରାସ୍ତାରେ ଆପଣ ସହାୟତାର ସୁବିଧା ପାଇପାରୁନାହାନ୍ତି କିମ୍ବା ସେହି ସ୍ଥାନରେ କୌଣସି ସାହାଯ୍ୟ ମିଳିପାରୁ ନାହିଁ, ତେବେ କାର ବାହାରେ ଅପେକ୍ଷା କରିବା ଭଲ । ସାଧାରଣତଃ ଇଞ୍ଜିନ୍ ଥଣ୍ଡା ହେବା ପାଇଁ ୧୫ ରୁ ୨୦ ମିନିଟ୍ ଲାଗେ । ଏହି ସମୟରେ, ଭୁଲରେ ବି କାରର ବୋନେଟ୍ ଖୋଲନ୍ତୁ ନାହିଁ, କାରଣ କୁଲାଣ୍ଟର ତାପମାତ୍ରା ସର୍ବାଧିକ ୨୩୦ ଡିଗ୍ରି ପର୍ଯ୍ୟନ୍ତ ହୋଇ ଯାଇପାରେ । ଏପରି ପରିସ୍ଥିତିରେ, ଆପଣ କୁଲାଣ୍ଟର ଲିକେଜ୍ କିମ୍ବା ଏଥିରୁ ଉଠୁଥିବା ଗରମ ବାଷ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇପାରନ୍ତି । ଧ୍ୟାନରଖନ୍ତୁ, ଆପଣଙ୍କର ବ୍ୟକ୍ତିଗତ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ, ତେଣୁ ଅତି କମରେ ୧୫ ରୁ ୨୦ ମିନିଟ୍ ଅପେକ୍ଷା କରନ୍ତୁ । ବନେଟ୍ ଖୋଲିବା, ହୁଡ୍ ଖୋଲିବା ଏବଂ ରେଡିଏଟର କ୍ୟାପ୍ ଖୋଲିବା ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଗ୍ଲୋଭସ୍ ପିନ୍ଧନ୍ତୁ । ପ୍ରଥମେ ଏକ ଟାୱେଲ ସହିତ ରେଡିଏଟର କ୍ୟାପ୍ ଟ୍ୟାପ୍ କରନ୍ତୁ ଏବଂ ଏହାକୁ ଅତି ଯତ୍ନର ସହିତ, ଅତି ଧୀରେ ଧୀରେ ଖୋଲନ୍ତୁ, ଅତ୍ୟଧିକ ଗରମ ହେବା ଦ୍ୱାରା କୁଲାଣ୍ଟ ଲିକ ହୋଇପାରେ । ତା’ପରେ ରେଡିଏଟର କ୍ୟାପ୍ ସଂପୂର୍ଣ୍ଣ ଖୋଲିବା ପରେ ଧୀରେ ଧୀରେ କୁଲେଣ୍ଟରେ ସମ୍ପୂର୍ଣ୍ଣ ଲାଇନ ପର୍ଯ୍ୟନ୍ତ ପାଣି ଭରନ୍ତୁ । କ୍ୟାପ୍ ବନ୍ଦ କରିବାର ପ୍ରାୟ ୫ ମିନିଟ୍ ପରେ ଇଞ୍ଜିନ ଟର୍ନ୍ ଅନ୍ କରନ୍ତୁ । ଏହି ସମୟରେ, କାରର ସ୍ପିଡୋମିଟର ନିକଟରେ ଦିଆଯାଇଥିବା ତାପମାତ୍ରା ସିଗ୍ନାଲ ଲାଇଟ୍ ଦେଖନ୍ତୁ ବନ୍ଦ ଅଛି କି ନାହିଁ । ଯଦି ଓ୍ଵାର୍ଣ୍ଣିଙ୍ଗ୍ ଲାଇଟ୍ ବନ୍ଦ ଅଛି, ଏହାର ଅର୍ଥ ଆପଣ ତୁରନ୍ତ ଇଞ୍ଜିନ୍ ବନ୍ଦ କରି ସ୍ଥାନୀୟ ମେକାନିକ୍ ର ସାହାଯ୍ୟ ନିଅ ।

ଏଠାରେ ଦିଆଯାଇଥିବା ଉପାୟ ଗୁଡିକୁ କରିବାସହ ମେକାନିକ୍ କିମ୍ବା ଗାଡ଼ି ସର୍ଭିସ୍ ସେଣ୍ଟର ସହ ପରାମର୍ଶ କରିବା ଆବଶ୍ୟକ ଏବଂ ଆବଶ୍ୟକ ସ୍ଥଳେ ଆପଣଙ୍କ ଗାଡି ଯାଞ୍ଚ ଏବଂ ମରାମତି କରିନେବା ଉଚିତ୍ ।

ସମ୍ବନ୍ଧିତ ଖବର