ଓଡ଼ିଶା ବଜାରରେ ‘ୟୁସିଇ’ର ନୂଆ ଇ-ଯାନ

ଭୁବନେଶ୍ବର : ଇଲେକ୍ଟ୍ରିକ୍ ଯାନ ନିର୍ମାତା ଉଷା କମ୍ୟୁନିକସେନ ଆଣ୍ଡ୍ ଏଣ୍ଟରପ୍ରାଇଜେସ୍‌ (ୟୁସିଇ) ପକ୍ଷରୁ ନୂଆ ଇ-ଯାନକୁ ଉନ୍ମୋଚନ କରାଯାଇଛି। ଏହି କଂପାନି ଇ-ରିକ୍ସା, ଇ-ଅଟୋ, ଇ-ସ୍କୁଟର, ଇ-ବାଇକ୍ ଆଦିର ଉତ୍ପାଦନ, ଯୋଗାଣ ଓ ପାଇକାରୀ କାରବାର କରୁଛି। ଓଡ଼ିଶାରେ ଏହାର ୨୪ ଡିଲର ଓ ସବ୍‌ ଡିଲର୍‌ ରହିଛନ୍ତି। ଭୁବନେଶ୍ବର, କଟକ, ପୁରୀ, କେନ୍ଦୁଝର, ନୟାଗଡ଼ ଭଳି ସହରରେ କଂପାନି ଏହାର ଯାନଗୁଡ଼ିକୁ ବିକ୍ରି କରୁଛି। ବ୍ୟାଟେରି ଚାଳିତ ଏହି ଗାଡ଼ିଗୁଡ଼ିକ ପରିବେଶ ମିତବ୍ୟୟୀ ହୋଇଥିବା ବେଳେ ଏହା ଗ୍ରାହକଙ୍କ ସଞ୍ଚୟ ବଢ଼ାଇବ ବୋଲି କଂପାନି କହୁଛି। ଆମେ ଯୁବବର୍ଗଙ୍କୁ ସୁହାଇବା ଭଳି ଡିଜାଇନ ଓ ଷ୍ଟାଇଲର ଗାଡ଼ି ପ୍ରସ୍ତୁତ କରୁଛୁ ବୋଲି କଂପାନିର ରାଜନ ସାନେ କହିଛନ୍ତି।

ସମ୍ବନ୍ଧିତ ଖବର