ବେଆଇନ ପାର୍କିଂ ଫି ଆଦାୟ, ୩ ଗିରଫ

ଭୁବନେଶ୍ୱର: ପାର୍କିଂ ପାଇଁ ମିଳିଥିବା ସ୍ବୀକୃତି ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ବେଆଇନ ଭାବରେ ପାର୍କିଂ ଫି’ ଆଦାୟ କରୁଥିବା ତିନିଜଣଙ୍କୁ ବାନ୍ଧିଛି କ୍ୟାପିଟାଲ ଥାନା ପୁଲିସ। ସେମାନେ ହେଉଛନ୍ତି ଲିଙ୍ଗରାଜ ମନ୍ଦିର ଅଞ୍ଚଳର ରବି ସାମନ୍ତରାୟ, ଜଟଣୀର ଶୁଭ୍ରନାରାୟଣ ମହାନ୍ତି ଓ ବାଲିଅନ୍ତାର ତୋଫାନ ନାୟକ। ଅଶୋକ ନଗର ଅଞ୍ଚଳରେ ସେମାନେ ପାର୍କିଂ ଫି’ ଆଦାୟ ପାଇଁ ବିଏମ୍‌ସି ଠାରୁ ଠିକା ନେଇଥି‌ଲେ। କିନ୍ତୁ ଦୀର୍ଘ ଦିନ ହେବ ସେମାନଙ୍କର ସ୍ବୀକୃତି ଅବଧି ଶେଷ ହୋଇଯାଇଥିଲା। ହେଲେ ସେମାନେ ବେଆଇନ ଭାବରେ ଦେୟ ଆଦାୟ କରୁଥିଲେ। ଅଭିଯୋଗ ଆସିବା ପରେ କ୍ୟାପିଟାଲ ଥାନା ପୁଲିସ ଚଢ଼ଉ କରିବା ସହ ନିଜଆଡୁ ମାମଲା ରୁଜୁ କରି ତିନିଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର