ଯୁବକଙ୍କୁ ଲୁହାରଡ୍‌ରେ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଯୁବକଙ୍କୁ ଲୁହାରଡ୍‌ରେ ଆକ୍ରମଣ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଲକ୍ଷ୍ମୀସାଗର ଶବରସାହି ଅଞ୍ଚଳର ମହମ୍ମଦ ସବିର(୨୫)କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର ଶ୍ରୀକାନ୍ତ ନାୟକଙ୍କ ସହ ସବିରର ଶତ୍ରୁତା ଲାଗି ରହିଥିଲା। ଶନିବାର ସନ୍ଧ୍ୟାରେ ଶ୍ରୀକାନ୍ତ ଘରେ ଥିବା ସମୟରେ ସବିର ନିଶାସକ୍ତ ଅବସ୍ଥାରେ ଆସି ଗାଳିଗୁଲଜ କରିଥିଲା। ପ୍ରତିବାଦ କରିବାରୁ ସବିର ଏକ ଲୁହାରଡ୍‌ରେ ଶ୍ରୀକାନ୍ତ ମୁଣ୍ଡକୁ ଆକ୍ରମଣ କରିଥିଲା।

ସମ୍ବନ୍ଧିତ ଖବର