ପାଟ୍ନା: ବିହାରର ବେଗୁସରାୟରେ ହୋଲିରେ ମଦ୍ୟପାନ କରି ଜଣେ ଯୁବକ ସ୍କୁଲ୍ ଘର ଭିତରେ ଥିବା ବାଥ୍ରୁମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଏବେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଅଧିକ ତଦନ୍ତ ଜାରି ରହିଛି।
ଘଟଣା ଘଟିବା ପରେ ପୁଲିସ୍କୁ ସୂଚୀତ କରାଯାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତ ଛୋଟୁ କୁମାରକୁ ଗିରଫ କରିଛି। ଘଟଣା ସଂପର୍କରେ ଖବର ପାଇଁ ପୁଲିସ୍ ଦୁଷ୍କର୍ମ ପୀଡ଼ିତା ଓ ତାଙ୍କ ସାଙ୍ଗରେ ଥିବା ଆହତ ନାବାଳିକାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଇଥିଲା। ଡିଏସ୍ପି ନିଶିଥ୍ ପ୍ରିୟା ଏ ସମସ୍ତ ଘଟଣାର ତଦନ୍ତ ଭାର ନିଜ ହାତକୁ ନେଇଥିଲେ।
ସୁଚନାରୁ ପ୍ରକାଶ ଯେ ହୋଲି ଦିନ ସାହପୁର କମାଲ ଥା୍ନା ଅଞ୍ଚଳର ବାସିନ୍ଦା ଅଭିଯୁକ୍ତ ଜଣକ ବାଟରେ ୨ ନାବାଳିକାଙ୍କୁ ଏକାକୀ ପାଇ ସେମାନଙ୍କୁ ଭୁଲେଇ ଏକ ସ୍କୁଲ୍ ଘର ଭିତରକୁ ନେଇ ଯାଇଥିଲା। ନାବାଳିକା ୨ ଜଣ ଦୋକନରୁ କିଛି ଜିନିଷ ଆଣିବାକୁ ଘରୁ ବାହାରକୁ ଯାଇଥିଲେ। ବାଟରେ ଦୋଳି ଦେଖି ଖେଳିବାକୁ ଅଟକି ଯାଇଥିଲେ। ସେଠାରେ ସେମାନଙ୍କୁ ଦେଖି ପକାଇଥିଲା ମଦ୍ୟପ । ତା’ପରେ ମଦ୍ୟପ ଜଣକ ଗାଁର ସ୍କୁଲ୍ ଘର ଭିତରେ ଥିବା ବାଥ୍ରୁମକୁ ୨ ଜଣଙ୍କୁ ନେବା ପରେ ସେଠାରେ ଜଣଙ୍କୁ କାମୁଡ଼ି ଗାଲ ଖଣ୍ଡିଆ କରି ଦେଇଥିବା ବେଳେ ଅନ୍ୟ ଜଣଙ୍କ ସହ ଦୁଷ୍କର୍ମ କରିଥିଲା।
ଅଭିଯୁକ୍ତ ଛୋଟୁ ୯ ବର୍ଷର ନାବାଳିକାକୁ କାମୁଡ଼ିବା ବେଳେ ଅନ୍ୟ ନାବାଳିକା ଜଣକ କଳେବଳେକୌଶଳେ ଖସି ପଳାଇଥିଲା। ହେଲେ ୭ ବର୍ଷୀୟା ନାବାଳିକା ଜଣକ ଖସିଯିବାକୁ ଅସମର୍ଥ ହେବାରୁ ଅଭିଯୁକ୍ତ ତା ସହ ଦୁଷ୍କର୍ମ କରିଥିଲା। ଖସି ପଳାଇଥିବା ନାବାଳିକା ଜଣକ ଏ ବିଷୟରେ ଯାଇ ଗାଁ ଲୋକଙ୍କୁ କହିବା ପରେ ଗାଁ ଲୋକ ଯାଇ ସ୍କୁଲ୍ ଘର ଦେଖିଥିଲେ। ସ୍କୁଲ୍ ଘର ବାଥ୍ରୁମ୍ରେ ପୀଡ଼ିତାକୁ ପଡ଼ିଥିବାର ଦେଖିବାକୁ ପାଇଥିଲେ।