ଯୌନ ସମ୍ପର୍କ ପାଇଁ ମନା କରିବାରୁ ୧୯ ବର୍ଷୀୟା କଲେଜ ଛାତ୍ରୀକୁ ବିଷ ଦେଇ ହତ୍ୟା କଲେ ୫ ସହପାଠୀ

ଜୟପୁର: ରାଜସ୍ଥାନର ଭରତପୁରରେ ଜଣେ ୧୯ କଲେଜ ଛାତ୍ରୀଙ୍କୁ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ତା’ର ୫ ଜଣ ସହପାଠୀ ତାକୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି ବୋଲି ଶୁକ୍ରବାର ଦିନ ପୁଲିସ କହିଛି। ଏହି ଘଟଣାର ତଦନ୍ତ କରାଯାଉଛି ଏବଂ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କହାରିକି ଗିରଫ କରାଯାଇ ନାହିଁ ବୋଲି ପୁଲିସ୍‌ କହିଛି।

ହାଲେନା ପୁଲିସ ଷ୍ଟେସନରେ ପୀଡିତାଙ୍କ ପିତାଙ୍କ ଦ୍ୱାରା ଆଗତ ହୋଇଥିବା ଅଭିଯୋଗ ଅନୁଯାୟୀ, ଭରତପୁରର ଏକ ଘରୋଇ କଲେଜରେ ପଢ଼ୁଥିବା ତାଙ୍କ ଝିଅର ପାଞ୍ଚ ଜଣ ସହପାଠୀ ତାଙ୍କୁ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଏବଂ ଯେତେବେଳେ ସେ ମନା କଲେ, ସେମାନେ ତାଙ୍କୁ ବିଷ ଦେଇ ହତ୍ୟା କରିଥିଲେ।
ହାଲେନା ଥାନା ଅଧିକାରୀ ବିଜୟ ସିଂ କହିଛନ୍ତି ଯେ ବୁଧବାର ଦିନ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୬ (ଆତ୍ମହତ୍ୟା), ୩୨୮ (ବିଷ ମାଧ୍ୟମରେ ଆଘାତ ଦେବା), ଏବଂ ୩୪୧ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ମୃତକଙ୍କ ଭିସେରା ନମୁନା ପରୀକ୍ଷା ପାଇଁ ଫୋରେନସିକ୍‌ ବିଜ୍ଞାନ ପରୀକ୍ଷାଗାରକୁ ପଠାଯାଇଛି ଏବଂ ତଦନ୍ତ କରାଯାଇଛି ବୋଲି ସେ କହିଛନ୍ତି।

ପୀଡିତାଙ୍କ ପିତା ଆଗତ କରିଥିବା ଅଭିଯୋଗରେ କହିିଛନ୍ତି ଯେ ମଙ୍ଗଳବାର ଦିନ ହାଲେନା ସହରରେ ତାଙ୍କ ଜେଜେବାପାଙ୍କ ସହ ରହୁଥିବା ତାଙ୍କ ଝିଅ ତାଙ୍କ ମା’ଙ୍କୁ ଡାକି କହିଥିଲେ ଯେ ତାଙ୍କ କଲେଜର କିଛି ଛାତ୍ର ତାଙ୍କୁ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଛନ୍ତି। ସେମାନେ ମଧ୍ୟ ତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଉଥିଲେ ବୋଲି ତାଙ୍କ ପିତା ଅଭିଯୋଗ କରିଛନ୍ତି। ବୁଧବାର ଅପରାହ୍ନ ପ୍ରାୟ ୩ଟା ସମୟରେ

ଛାତ୍ରୀଜଣକ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ସହପାଠୀମାନେ ତାଙ୍କୁ ଅନୁସରଣ କରିଥିଲେ ଏବଂ ବଳପୂର୍ବକ ତାଙ୍କୁ କିଛି ତରଳ ପଦାର୍ଥ ପିଆଇ ଦେଇଥିଲେ ବୋଲି ପୁଲିସ କହିଛି। ଛାତ୍ରୀ ଜଣକ ଯେତେବେଳେ ଘରେ ପହଞ୍ଚିବା ପରେ ବାନ୍ତି କରିବା ଆରମ୍ଭ କରିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ସେଠାରେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର