ମାର୍‌ପିଟ୍‌ ଅଭିଯୋଗରେ ଇଂଜିନିୟରିଂ ଛାତ୍ର ଗିରଫ

ଖଣ୍ଡଗିରି: ମାର୍‌ପିଟ୍‌ କରି ଜଣେ ଛାତ୍ରଙ୍କୁ ଗୁରୁତର ଆହତ କରିଥିବା ଅଭିଯୋଗରେ ସୋମବାର ଖଣ୍ଡଗିରି ଥାନା ପୁଲିସ ଅନ୍ୟ ଜଣେ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ସ୍ଥାନୀୟ ଏକ ଘରୋଇ କଲେଜର ୩ୟ ବାର୍ଷିକ ଇଲେକ୍ଟ୍ରିକାଲ୍ ବିଭାଗ ଛାତ୍ର ଯୋଗେଶ ଶର୍ମା। ତାଙ୍କ ଘର ଉତ୍ତରପ୍ରଦେଶ ଓ ସେ ଏଠାରେ ଏକ ମେସ୍‌ରେ ରହି ପଢ଼ୁଛନ୍ତି। ଗତକାଲି କୌଣସି କାରଣକୁ ନେଇ ସେ ଉକ୍ତ କଲେଜର ଛାତ୍ର ଜ୍ଞାନେନ୍ଦ୍ର କୁମାର ତ୍ରିପାଠୀଙ୍କୁ ମାଡ଼ ମାରି ଆହତ କରିଥିଲେ। ଏ ନେଇ ଜ୍ଞାନେନ୍ଦ୍ର ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର