ପତ୍ନୀଙ୍କୁ ବାଇକରେ ବସାଇ ଯୁବକ ଦେଖାଉଛନ୍ତି ବିପଦପୂର୍ଣ୍ଣ ଷ୍ଟଣ୍ଟ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଆପଣ ରୋମାଣ୍ଟିକରୁ ନେଇ ରୋମାଞ୍ଚିତ କରିଲା ଭଳି ଭିଡିଓ ଓ ଫଟୋ ଦେଖିବାକୁ ପାଇଥି‌ବେ। ଲୋକମାନେ ନିଜର ଭିଡିଓ ଭାଇରାଲ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି। ଏଥିପାଇଁ ଅନେକ ସମୟରେ ଲୋକଙ୍କ ଜୀବନ ବି ଚାଲି ଯାଇଥିବାର ଘଟଣା ସାମ୍ନାକୁ ଆସିଛି। ନିକଟରେ ଜଣେ ଦମ୍ପତିଙ୍କ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଯେଉଁଥିରେ ପତ୍ନୀ ଏକ ବାଇକରେ ବସିଥିବା ବେଳେ ତାଙ୍କ ସ୍ବାମୀ ବାଇକରେ ଷ୍ଟଣ୍ଟ ଦେଖାଉଛନ୍ତି।

ଯୁବକଙ୍କ ଏଭଳି ଷ୍ଟଣ୍ଟ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଭିଡିଓରେ ଦେଖିବାକୁ ମିଳୁଛି, ପତ୍ନୀ ଏକ ରୟାଲ ଏନଫିଲ୍ଡ ବାଇକରେ ବସିଛନ୍ତି। ଏହି ସମୟରେ ତାଙ୍କ ସ୍ବାମୀ ବାଇକ ଚଲାଉଛନ୍ତି, ଆଉ  ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଉଛନ୍ତି।  ଭିଡିଓ ଦେଖିବା ପରେ ଅନେକ ଲୋକ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଯୁବକଙ୍କ ଏଭଳି କାମକୁ ନେଇ ସମାଲୋଚନା କରିଛନ୍ତି।

 

 

View this post on Instagram

 

A post shared by memes comedy (@ghantaa)

ଏହି ଭିଡିଓକୁ ନଭେମ୍ବର ୧୬ ତାରିଖରେ ସେୟାର କରାଯାଇଛି। ଯାହାକୁ ଏଯାବତ ୨୪ଲକ୍ଷରୁ ଅଧିକ ଥର ଦେଖାଯାଇଥିବା ବେଳେ ୧ଲକ୍ଷରୁ ଅଧିକ ଲାଇକ ମିଳିଛି। ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ସହିତ ଯୁବକଙ୍କୁ ନେଇ ଖପ୍ପା ହୋଇଛନ୍ତି। ଯୁବକଙ୍କୁ ପରାମର୍ଶ ଦେଇ କହିଛନ୍ତି, ‘ଏଭଳି ଷ୍ଟଣ୍ଟ ଦେଖାଇବା ପୂର୍ବରୁ ନିଜର ତଥା ନିଜ ସ୍ତ୍ରୀର ଜୀବନ କଥା ଥରେ ଚିନ୍ତା କରିବା ଉଚିତ।’

ସମ୍ବନ୍ଧିତ ଖବର