ହୋଟେ‌ଲରେ ଚାଲିଥିଲା ଦେହବ୍ୟବସାୟ, ୧୨ ମହିଳା ସମେତ ୨୩ ଗିରଫ

୬ ପୁଲିସ କର୍ମଚାରୀ ନିଲମ୍ବନ

ନୋଏଡା: ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ପୁଲିସ ଗତ ଶନିବାର ବହୁଦିନ ଧରି ଚାଲିଥିବା ଏକ ବଡ ଧରଣର ସେକ୍ସ ରାକେଟ ଠାବ କରିଛି । ନୋଏଡା ଚିତ୍ରିର ଏକ ହୋଟେଲରେ ଚଢଉ କରି ୧୨ ଜଣ ମହିଳା ସମତେ ୨୩ଜଣଙ୍କୁ ଗିରଫ କରାଯାଇଛି।

ଏଥିସହିତ ଏହି ଘଟଣାରେ କିଛି ସ୍ଥାନୀୟ ପୁଲିସ ଅଧିକାରୀ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି । ଏହାକୁ କେନ୍ଦ୍ର କରି ୬ଜଣ ପୁଲିସକୁ ନିଲମ୍ବନ କରାଯାଇଥିବା ସୂଚନା ରହିଛି। ପୁଲିସ ହୋଟେଲ ମ୍ୟାନେଜର ଜ୍ଞାନେନ୍ଦ୍ର କୁମାରଙ୍କୁ ମଧ୍ୟ ଅଟକ ରଖିଛି । ହୋଟେଲ ମାଲିକଙ୍କର କିଛି ବର୍ଷ ପୂର୍ବେ ମୃତ୍ୟୁ ହୋଇ ଯାଇଥିଲା । ଏହାପରେ ଜ୍ଞାନେନ୍ଦ୍ର କୁମାର ଏହାର ଦେଖାରଖା କରୁଥିଲେ । ପରେ ସେ ଏଠାରେ ସେକ୍ସ ରାକେଟ୍ ଚଳାଇଥିଲେ ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଥିଲେ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଅନେକ ନୋଏଡାର ହୋଇଥିବା ବେଳେ ଆଉ କିଛି ବୁଲନ୍ଦସହରର ଅଟନ୍ତି । ହୋଟଲରେ ଚଢଉ ବେଳେ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି ।
ଏହି ସେକ୍ସ ରାକେଟ୍ ପଛରେ ଜଣେ ସ୍ଥାନୀୟ ପୁଲିସ ଅଧିକାରୀଙ୍କ ହାତ ଥିବା ଜଣାପଡିଛି । କାରଣ ଚଢଉ ବେଳେ ହୋଟେଲ ନିକଟରେ ଏକ ଭ୍ୟାନ ଓ ୫ ପୁଲିସ କର୍ମଚାରୀ ଥିଲେ ।

ଗ୍ରେଟର ନୋଏଡା ଡିସିପି, ରାଜେଶ କୁମାର ସିଂ କହିଛନ୍ତି ଯେ, ହୋଟେଲରେ ଚଢଉ କରାଯାଇ ୧୨ଜଣ ଦେହଜୀବୀଙ୍କ ସହ ୧୧ ଜଣ ପୁରୁଷଙ୍କୁ ଗିରଫ କରାଯାଇଛି । ଅତିରିକ୍ତ ଡିସିପି ବିଶାଲ ପାଣ୍ଡେ କହିଛନ୍ତି ଯେ, ତଦନ୍ତ ଜାରି ରହିଛି । ଏସିପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି ।

ସମ୍ବନ୍ଧିତ ଖବର