ସରଣ୍ଡାରୁ ୧୦ ଲ୍ୟାଣ୍ଡମାଇନ ଜବତ 

ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ସୀମାବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂଭୂମ ଜିଲ୍ଲାସ୍ଥିତ ସରଣ୍ଡା ଜଙ୍ଗଲରେ ସିଆର୍‌ପିଏଫ୍‌ ଯବାନଙ୍କ ଦ୍ଵାରା ନକ୍ସଲ ବିରୋଧୀ ଅପରେସନ ଚାଲି ଥିବାବେଳେ ୧୦ଟି ଲ୍ୟାଣ୍ଡମାଇନ ଜବତ ହେଇଛି। ନକ୍ସଲମାନେ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ପାଇଁ ଏହି ଲ୍ୟାଣ୍ଡମାଇନ ଗୁଡ଼ିକୁ ମାଟିତଳେ ଜଙ୍ଗଲ ରାସ୍ତାରେ ଲଗାଇଥିଲେ।

କିନ୍ତୁ ପୁଲିସ ଏବଂ ସିଆର୍‌ପିଏଫ୍‌ ଯବାନମାନେ ସନ୍ଧାନୀ କୁକୁର ସହାୟତାରେ ଏହି ଲ୍ୟାଣ୍ଡମାଇନ ଗୁଡ଼ିକ ଜବତ କରିଛନ୍ତି। ପରେ ପୁଲିସ ଏହି ଲ୍ୟାଣ୍ଡମାଇନ ଗୁଡିକୁ ଜଙ୍ଗଲରେ ହିଁ ନିଷ୍କ୍ରିୟ କରି ଦେଇଛି।

ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ଧରି ସରଣ୍ଡା ଜଙ୍ଗଲରେ ସିପିଆଇ ମାଓବାଦୀ ନେତା ମିଶିର୍‌ ବେଶ୍ରା, ମୋଚ୍ଛୁଙ୍କ ନେତୃତ୍ୱରେ ନକ୍ସଲମାନେ ନିଜ ସଂଗଠନକୁ ପୂର୍ବାପେକ୍ଷା ମଜବୁତ୍ କରିଛନ୍ତି। ଗତ କିଛି ମାସ ମଧ୍ୟରେ ସେମାନେ କ୍ରମାଗତ ଭାବରେ ପୁଲିସ ଓ ଯବାନଙ୍କୁ ଟାର୍ଗେଟ କରି ଆସୁଛନ୍ତି। ଏଥିରେ ଯବାନଙ୍କ ସମେତ କିଛି ସାଧାରଣ ଲୋକଙ୍କ ମଧ୍ୟ ମୃତ୍ୟୁ ହେଇଛି।

ସମ୍ବନ୍ଧିତ ଖବର