ଉଲସୁରେଇ କନ୍ୟା ଆଶ୍ରମର ୧୦ମ ଶ୍ରେଣୀର ୧୫ଜଣ ଛାତ୍ରୀ ଝାଡାବାନ୍ତି ହୋଇ ଚିକିତ୍ସାଳୟରେ ଭର୍ତ୍ତି

ରାଉରକେଲା: ରାଉରକେଲା ବଣେଇ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ୍‌ର ଉଲସୁରେଇ କନ୍ୟା ଆଶ୍ରମରେ ୧୦ମ ଶ୍ରେଣୀରେ ପଢ଼ୁଥିବା ପ୍ରାୟ ୧୫ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ବଣେଇ ଓ ଲହୁଣୀପଡ଼ା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ମାଟ୍ରିକ୍‌ ପରୀକ୍ଷା ଦେଇ ଆସିବା ପରେ ଡାଲମା ଭାତ ଖାଇଥିଲେ। ପରେ ୧୫ଜଣ ଛାତ୍ରୀମାନଙ୍କ ପେଟ କାଟିଥିଲା। ଏହାପରେ ଏକ ଟିମ୍‌ ସ୍କୁଲକୁ ଯାଇ ଚିକିତ୍ସା କରିଥିଲେ ହେଁ ସ୍ୱାସ୍ଥ୍ୟାବାସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଣେଇ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ୨ଜଣ ଆଶ୍ରମ ଫେରି ଆସିଛନ୍ତି। ୧୧ଜଣ ଭର୍ତ୍ତି ଅଛନ୍ତି। ସେମାନଙ୍କ ନାମ ଲକ୍ଷ୍ମୀ କିସାନ୍‌, ଅନିତା ଓରାମ୍‌,ମଞ୍ଜୁଲତା ଓରାମ୍‌, ଶିଲା ପାତ୍ର, ପ୍ରିୟଙ୍କା କୁଅଁର,ଶୁଭଦ୍ରା ମୁଣ୍ଡା, ନିକିତା ଟୋପୋ, ଚାନ୍ଦିନି ପାତ୍ର, ପାର୍ବତୀ ଭୂମି, ଲୋପାମୁଦ୍ରା, ସିଲଗୁଡି ମୁଣ୍ଡା। ବର୍ତ୍ତମାନ ସୁଦ୍ଧା ଝାଡାବାନ୍ତି କାରଣ ଅସ୍ପଷ୍ଟ ରହିଛି।

ସମ୍ବନ୍ଧିତ ଖବର