କେନ୍ଦୁଝର: ମୋବାଇଲ ହରାଇବାରୁ ଆଖି ବୁଜି ଦେଲା ଦଶମ ଶ୍ରେଣୀର ଅଗସ୍ତି

କେନ୍ଦୁଝର: କେନ୍ଦୁଝର ହରିଚନ୍ଦନପୁର ମନୋହରପୁର ହାଇସ୍କୁଲରେ ଦଶମରେ ପାଠ ପଢୁଥିବା ଅଗସ୍ତିଙ୍କ ମୋବାଇଲ ଫୋନ୍ ଖରାପ ହୋଇଯିବାରୁ ତାଙ୍କର ପ୍ରାଣ ଚାଲିଯାଇଛି। ପୂରା କାହାଣୀଟି କିଛି ଏହିଭଳି। ଅନଲାଇନ୍ କ୍ଲାସ୍ ପାଇଁ ଯେତେବେଳେ ମୋବାଇଲର ଆବଶ୍ୟକତା ପଡ଼ିଲା, ବାପାମା ପୁଅ ପାଇଁ ଫୋନ୍ କିଣି ଦେଲେ। ଆଉ ଅଧିକାଂଶ ପିଲାଙ୍କ ଭଳି ପୁଅ ବି ମୋବାଇଲରେ ଅଭ୍ୟସ୍ତ ହୋଇଗଲା। ମୋବାଇଲରେ କ୍ଲାସ କଲା ଏବଂ ଗେମ୍ ବି ଖେଳିଲା। ଦିନରାତି ମୋବାଇଲ ପ୍ରତି ଆସକ୍ତି ବଢ଼ିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଲା।

ଦିନକୁ ଦିନ ପିଲାଟି ମୋବାଇଲ ପ୍ରତି ଅଧିକ ଆସକ୍ତ ହେଉଥିଲା। ଗତ ୧୫ ଦିନ ତଳେ, ଅଗସ୍ତିର ମୋବାଇଲ ଭାଙ୍ଗି ଯାଇଥିଲା। ମୋବାଇଲ ଭାଙ୍ଗିଯିବା ପରେ ଅନଲାଇନ କ୍ଲାସ୍ ସମ୍ଭବ ହୋଇନଥିଲା । ମୋବାଇଲରେ ଖେଳିବା ବି ସମ୍ଭବ ହେଲାନାହିଁ । ଏହି ଘଟଣା ପରେ ଅଗସ୍ତିର ମନସ୍ତାପ ଆରମ୍ଭ ହୋଇଥିଲା । ନିଜ ମୋବାଇଲକୁ ଅତି ମାତ୍ରାରେ ଭଲ ପାଉଥିବା ୧୫ ବର୍ଷର ଏହି ପିଲା ଠିକରେ ଖିଆପିଆ କରୁନଥିଲା । ପରେ ଜ୍ୱର ଓ ବାନ୍ତି ହେଲା। ଅବସ୍ଥା ଖରାପ ହେବାରୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ପରେ କଟକ ହସ୍ପିଟାଲକୁ ଅଣାଯାଇଥିଲା। ଆଉ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଅଗସ୍ତି ଆଖି ବୁଜି ଦେଲା।

ସମ୍ବନ୍ଧିତ ଖବର