ଚଳନ୍ତା ଟ୍ରେନରେ କଟି ଯୁବକଙ୍କର ମୃତ୍ୟୁ

ନିରାକାରପୁର: ନିରାକାରପୁର-ଯାଜପୁର ରାସ୍ତାର ଛଅ ପୋଲିଆଠାରେ ଅପଲାଇନରେ ଏକ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ଏକ ଚଳନ୍ତା ଟ୍ରେନରେ କଟି ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।
ମୃତ ବ୍ୟକ୍ତି ଜଣକ ହେଲେ ଲେଣ୍ଡୋ ପଞ୍ଚାୟତ ଅଧୀନସ୍ଥ ଯାଜପୁର ଗ୍ରାମର ବଳରାମ ଦାଶ ଓରଫ ବଳିଆ (୩୫)। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର