କୋଟିଆ ବିବାଦ : କଡ଼ା ଜବାବ ଦେବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ: ଜିଲ୍ଲାପାଳ 

କୋରାପୁଟ : କୋଟିଆ ସହ ସମ୍ପୁର୍ଣ୍ଣ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ରଦ୍ଧ ହେବା ଘଟଣାରେ କଢା ଆଭିମୁଖ୍ୟ ଗ୍ରହଣ କରିବ କୋରାପୁଟ ଜିଲ୍ଲା ପ୍ରଶାସନ। ଘଟଣାକୁ ନେଇ ଆନ୍ଧ୍ରର ସ୍ତାନୀୟ ନେତୃତ୍ବ ଆଇନଗତ ଲଢେଇ ଲଢିବାକୁ ରହିଥିବାବେଳେ ଏହାର ଫାଇଦା ନେବ ଓଡ଼ିଶା। ଯଦି ଏହି ଘଟଣାରେ ଆନ୍ନଧ୍ର ସୁପ୍ରିମକୋଟକୁ ଯାଏ ତେବେ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶକୁ ଓଡ଼ିଶା ଅପେକ୍ଷା କରିବ। ଏହାସହ କୋରାପୁଟ ଜିଲ୍ଲା‌ର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ କିପରି ଆନ୍ଦ୍ର ପୁଣି ଥରେ ପ୍ରବେଶ କରି ନିର୍ବାଚନ ନ କରିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଛି। ନିର୍ବାଚନ ବହୁ ପୂର୍ବରୁ ଏହି ଗାଁ ଗୁଡିକରେ ରହୁଥିବା ଓଡ଼ିଆଙ୍କ ପାଖକୁ ଯାଇ ଜିଲ୍ଲା ପ୍ରତି ଅନୁଗତ କରିବାକୁ ପ୍ରବେର୍ତ୍ତେଇବ। ଏହାସହ ରାଜ୍ୟ ସରକାରଙ୍କର ସବୁ ଯୋଜନା କିପରି ଲୋକଙ୍କ ନିକଟରେ ପହଞ୍ଚି ସେନେଇ ଆଗୁଆ ପଦକ୍ଷେପ ନେବ ବୋଲି ଜଣାପଡିଛି।

ଏନେଇ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ କୋଟିଆକୁ ନେଇ ପୂର୍ବରୁ ଯେପରି ରଣନୀତି ଥିଲା ତାହାକୁ ଅଧିକ ଶାଣିତ କରାଯିବ। ଆଇନଗତ ପ୍ରକ୍ରିୟାକୁ ଶେଷ ହେବା ପୂର୍ବରୁ ଜିଲ୍ଲାର ଲୋକଙ୍କ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ। କୋଟିଆରେ କିପରି ଆନ୍ଧ୍ର ନିର୍ବାଚନ ନ କରିବ ସେନେଇ ପାଇଁ ପୂର୍ବ କଠୋରତା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଗତ ଏପ୍ରିଲ ୮ରେ କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିଥିଲାବେଳେ ୧ ତାରିଖରେ ବିଜ୍ଞାପ୍ତି ପ୍ରକାଶ ପାଇଥିଲା। ସୁପ୍ରିମକୋର୍ଟ ନିର୍ବାଚନ ପ୍ରକିୟା‌କୁ ଅନୁପାଳନ କରାଯାଉ ନଥିବା ଦର୍ଶାଇ କିଛି ରାଜନୈତିକ ଦଳ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ୫ ତାରିଖରେ ଜଣିକିଆ ଖଣ୍ଡପିଠ ନିର୍ବାଚନକୁ ରଦ୍ଧ କରିବାକୁ ନି;ର୍ଦ୍ଦଶ ଦେଇଥିବାବେଳେ ପରଦିନ ୪ଜଣିଆ ଖଣ୍ଡପିଠ ଏହା ଉପରେ ଶୁଣାଣି କରି ଯଥାଚିତ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏପ୍ରିଲ ୮ ତାରିଖରେ ସାରା ଆନ୍ଧ୍ର ସହ କୋଟିଆର ନରେଡିବାଲସାରେ ନିର୍ବାଚନ କରାଇଥିଲା ଆନ୍ଧ୍ର।

ସମ୍ବନ୍ଧିତ ଖବର