ନକ୍ସଲ ନାମରେ ବଟି ଆଦାୟକୁ ନେଇ ମାଓ ପୋଷ୍ଟର

ଚିତ୍ରକୋଣ୍ଡା: ଦୀର୍ଘ ଦିନର ନିରବତା ପରେ ପୁଣି ମାଲକାନଗିରିରେ ସକ୍ରିୟ ହୋଇ ଉଠିଛି ମାଓ ସଙ୍ଗଠନ। ଏଥିନେଇ ଆଜି ଚିତ୍ରକୋଣ୍ଡା ବ୍ଲକ କାଲିମେଳା ଥାନା ଅନ୍ତର୍ଗତ ମସୁଘଟି ପଟେଲ ଓ ପପୁଲର ଆଦି ଗ୍ରାମଗୁଡ଼ିକରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଓ ସଂଗଠନର ସଂପାଦକ ଗଣେଶଙ୍କ ପକ୍ଷରୁ ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ତେଲୁଗୁ ଏବଂ ଓଡ଼ିଆ ଭାଷାରେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି।

ଏଥିରେ ବଂଗପୁଟ, ରଙ୍ଗବେଲ, କଣ୍ଡୁରମ୍ ଗ୍ରାମର ରମେଶ ରାକେଶ,ସପ୍ନା ତୁଲେଶି ପ୍ରମୁଖ ଠିକାଦାର ଓ ଲୋକଙ୍କଠାରୁ ବଟି ଆଦାୟ କରୁଛନ୍ତି ଏବଂ ମାଓ ସଂଗଠନକୁ ବଦନାମ କରୁଛନ୍ତି ବୋଲି ଉଲ୍ଲେଖ ରହିଛି। ତେଣୁ ସେମାନଙ୍କୁ ମାଓବାଦୀ ସଂଗଠନରୁ ବହିଷ୍କାର କରାଯାଇଥିବା ବି ଏହି ପୋଷ୍ଟରରେ ଉଲ୍ଲେଖ ରହିଛି। ଏମାନେ ପୂର୍ବରୁ ମାଓ ସଂଗଠନରେ ସକ୍ରିୟ ଥିଲେ। ସେହିଭଳି ସେମାନେ ଗ୍ରାମକୁ ଆସିଲେ ସେମାନଙ୍କୁ ସହଯୋଗ ନକରି ବାନ୍ଧିକି ରଖିବା ପାଇଁ କୁହାଯାଇଛିl ପୁଲିସ ଏହି ପୋଷ୍ଟରକୁ ଜବତ କରିଛି।

ସମ୍ବନ୍ଧିତ ଖବର