ଲଗାତର ତିନି ଦିନ ପାଇଁ ଶହେ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ୧୨୨, ଥମୁନି ମୃତ୍ୟୁ ସଂଖ୍ୟା

ବାରିପଦା: ଜିଲ୍ଲାରେ ଲଗାତର ତିନି ଦିନ ପାଇଁ ଶହେ ଉପରେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଜିଲ୍ଲାରୁ ୧୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୭୩୫ ଛୁଇଁଛି। ଗତ ୫ ମାସ ପରେ ପ୍ରଥମ ଥର ନିମନ୍ତେ ଏପ୍ରିଲ ୧୮ ଓ ୧୯ରେ ଡବଲ୍ ସେଞ୍ଚୁରୀ ମାରିବା ପରେ ୨୨, ୨୩ ଓ ୨୪ରେ କ୍ରମାଗତ ଭାବେ ୧୩୬, ୧୧୫ ଓ ୧୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି ଆଶଙ୍କାର କାରଣ ପାଲଟିଛି। ସେହିପରି ଗତକାଲି ପର୍ୟ୍ୟନ୍ତ ୧୪,୭୫୫ ଜଣ ସୁସ୍ଥ ହୋଇ ଫେରିଛନ୍ତି। ସେହିପରି ସକ୍ରିୟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୮୮୭ରେ ପହଞ୍ଚିଛି।

ଚଳିତ ମାସରେ କେବଳ ଜିଲ୍ଲାରୁ ୧୩୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଜିଲ୍ଲାରେ ସରକାରୀ ଭାବେ ୯୩ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ମାତ୍ର ଅସଲରେ ଜିଲ୍ଲାରେ କରୋନଜନିତ ମୃତ୍ୟୁ ସଂଖ୍ୟା କିନ୍ତୁ ପ୍ରତିଦିନ ଘଟିଚାଲିଛି। ଆଜି ଠାକୁରମୁଣ୍ଡାରୁ ଜଣେ କେଉରୋନାରେ ମୃତ୍ୟୁବରଣ କରିଥିବା ଖବର ସାମ୍ନାକୁ ଆସିଛି।

 

ସମ୍ବନ୍ଧିତ ଖବର