ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ୍ସ କ୍ୟାଡ଼ର ଏବଂ ଗଣଶିକ୍ଷକ ସଂଘର ଦାବିପତ୍ର

ବୈପାରିଗୁଡା: ରାଜ୍ୟ ପ୍ରାଥମିକ ଏକ୍ସ କ୍ୟାଡ଼ର ଏବଂ ଗଣଶିକ୍ଷକ ସଂଘର ନିର୍ଦ୍ଦେଶକ୍ରମେ ବୈପାରିଗୁଡା ବ୍ଲକ ଏକ୍ସ କ୍ୟାଡର ଏବଂ ଗଣଶିକ୍ଷକ ସଂଘର ଶ୍ରମିକ ମାନେ ୮ ଦଫା ସମ୍ବଳିତ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଦାବିପତ୍ରରେ ରାଜ୍ୟରେ କାର୍ଯ୍ୟରତ ପ୍ରାଥମିକ ଏକ୍ସ କ୍ୟାଡର ଶିକ୍ଷକ ଏବଂ ଗଣଶିକ୍ଷକ ମହାସଂଘର ବିଭିନ୍ନ ସମସ୍ୟା ମାନଙ୍କ ମଧ୍ୟରୁ ୧- ଗଣଶିକ୍ଷକ ମାନଙ୍କୁ ସରକାର ଲେଭେଲ୍-୫ (ଏକ୍ସ କ୍ୟାଡର) ସହକାରୀ ଶିକ୍ଷକ ଭାବରେ ନିୟମିତ କରାଗଲା କିନ୍ତୁ ସେଥିମଧ୍ୟରୁ ୩୦୦୦ ଗଣଶିକ୍ଷକ ଯୋଗ୍ୟତା ରହି ମଧ୍ୟ ନିୟମିତ ଶିକ୍ଷକ ହେବାରୁ ବଞ୍ଚିତ ରହିଛନ୍ତି। ସେମାନଙ୍କ ଓଟିଇଟି ଉଚ୍ଛେଦ କରାଯାଇ ସମସ୍ତ ଗଣଶିକ୍ଷକଙ୍କୂ ଏପ୍ରିଲ ୨୦୧୭ ଠାରୁ ନିୟମିତ କରାଯାଇ ଗଣଶିକ୍ଷକ ମାନଙ୍କ ଦରମା ବୃଦ୍ଧି। ୨- ୨୦୧୯ ପରେ ଓଟିଇଟି ପାସ୍ କରିଥିବା ଏକ୍ସ କ୍ୟାଡର ଶିକ୍ଷକ ମାନେ ପରିବର୍ଦ୍ଧିତ ଦରମା ପାଇବାରେ ବଞ୍ଚିତ ରହିଛନ୍ତି। ତେଣୁ ସମସ୍ତ ଏକ୍ସ କ୍ୟାଡର ଶିକ୍ଷକଙ୍କୁ ୨୦୨୦ ରୁ ବନ୍ଦ ଥିବା ପରିବର୍ଦ୍ଧିତ ଦରମା ପ୍ରଦାନ ଦାବି।

୩- ସମଗ୍ର ଶିକ୍ଷା ଅଭିଯାନରେ ଏକ୍ସ କ୍ୟାଡର ଶିକ୍ଷକ ମାନଙ୍କୁ ଡେପୁଟେସନକୁ ବାତିଲ କରି ଏକ୍ସ କ୍ୟାଡର ବ୍ୟବସ୍ଥା ଉଚ୍ଛେଦ କରି କେଡର ଭୁକ୍ତ ପାଇଁ ଦାବି।  ୪- ଏକ୍ସ କ୍ୟାଡର ଶିକ୍ଷକ ମାନଙ୍କ ଦରମା ଟ୍ରେଜେରୀ ମାଧ୍ୟମରେ ପ୍ରଦାନ କରିବା ନେଇ ଦାବି, ୫- ମେଚିଙ୍ଗ୍ ଗ୍ରାଣ୍ଟ ପ୍ରଦାନ, ୬- ଅବସରପ୍ରାପ୍ତ ମୃତ ଏକ୍ସ କ୍ୟାଡର ଶିକ୍ଷକ ମାନଙ୍କୁ ଗ୍ରେଜୁଟି ଏବଂ ମୃତ ଗଣଶିକ୍ଷକଙ୍କୁ ଏକ୍ସ ଗ୍ରେଜୁଟି ପ୍ରଦାନ କରିବା ସହ ଏକ୍ସ କ୍ୟାଡର ଶିକ୍ଷକ ମାନଙ୍କୁ ସିଆରସିସି ଚୟନ ପ୍ରକିୟାରେ ସାମିଲ୍ କରି ଭିଜନ୍ ଟେଷ୍ଟ ପାଇଁ ସୁଯୋଗ ଦେବା, ୭- ୨୦୧୭ ମସିହାରୁ ବର୍ଦ୍ଧିତ ଦରମାର ଅବଶିଷ୍ଟ ୫୦ ଭାଗ ଏରିଅର ପ୍ରଦାନ ଏବଂ ଏପ୍ରିଲ ୨୦୧୭ ଠାରୁ ଅଗଷ୍ଟ ପର୍ଯ୍ୟନ୍ତ ଏରିଅର୍ ଦରମାରୁ ବଞ୍ଚିତ ଏକ୍ସ କ୍ୟାଡର ଶିକ୍ଷକ ମାନଙ୍କୁ ପ୍ରାପ୍ୟ ପ୍ରଦାନ। ୮- ଏକ୍ସ କ୍ୟାଡର ଶିକ୍ଷକ ମାନଙ୍କୁ ବିଭିନ୍ନ ପ୍ରକାରର ଆଦେଶନାମା ଯେପରି ଫେଷ୍ଟିଭାଲ ଆଡଭାନ୍ସ, ଆର୍.ସି.ଏମ୍, ଏମ୍.ସି.ଏ., ଏମ୍.ଏ.ସି.ପି. ପ୍ରଦାନ ପାଇଁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟସ୍ତରକୁ ସ୍ପଷ୍ଟ ନିର୍ଦ୍ଦେଶନାମା ପ୍ରେରଣ କରାଯାଉ। ଏହି ଦାବିପତ୍ର ପ୍ରଦାନ ବେଳେ ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ଏସ୍. ଶ୍ରୀଧର ରାଓ, ସଂପାଦକ ପି. ସୁରେଶ ପାତ୍ର, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଚିତାରାମ ବାରିକଙ୍କ ସହ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର