ସମସ୍ୟା ବଢ଼ାଉଛି ଟ୍ରକ୍‌ ପାର୍କିଂ

କେନ୍ଦୁଝର: ଷଠିଘର ଦୁର୍ଘଟଣା ପରେ ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଅଣାଯିବା ପରିବର୍ତ୍ତେ ଘଟଣାସ୍ଥଳରେ ମାଳମାଳ ଟ୍ରକ୍‌ ପାର୍କିଂ ହେଉଛି। ଯାହା ସ୍ଥାନୀୟ ଲୋକଙ୍କ ସମସ୍ୟା ବଢ଼ାଇବା ସହ ପୁଣି ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଦୁର୍ଘଟଣା ପରେ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଏନ୍‌ଏଚ୍‌ଏଆଇ ଏଠାରେ ବ୍ୟାରିକେଡ୍‌ ଲଗାଇଛି। ସେହିପରି ପୌରପାଳିକା ପକ୍ଷରୁ ଲାଇଟ୍‌ ବ୍ୟବସ୍ଥା କରାଯାଇଛି।

ମାତ୍ର କିଛିଦିନ ହେଲା ଗାଁ ସମ୍ମୁଖରେ ଜାତୀୟ ରାଜପଥ ଉପରେ ୫୦ରୁ ଅଧିକ ଟ୍ରକ୍‌ ନିୟମିତ ପାର୍କିଂ କରୁଛନ୍ତି। କିଛି ପରିବହନ ସଂସ୍ଥା ଏଠାରେ ଚାଲାଣ ବାଣ୍ଟୁଥିବାରୁ ନିୟମିତ ଭିଡ଼ ଜମୁଛି ବୋଲି ଲୋକେ କହିଛନ୍ତି। ଟ୍ରକ୍‌ ପାର୍କିଂ ପାଇଁ ଗ୍ରାମବାସୀଙ୍କୁ ଯାତାୟାତରେ ସମସ୍ୟା ହେଉଛି। ଛାତ୍ରଛାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର