ରାୟଗଡ଼ା: ବ୍ୟବସାୟୀଙ୍କ ଠାରୁ ୭ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ରାୟଗଡ଼ା: ସ୍ପଷ୍ଟ ଦିବାଲୋକରେ ଶୁକ୍ରବାର ରାୟଗଡ଼ା ସହରରେ ୭ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଟାଉନଥାନା ଅନ୍ତର୍ଗତ ଗନ୍ତାୟତ ମେଡିକାଲ ଷ୍ଟୋରସ୍‌ର ମାଲିକ ଆଜି ଅପରାହ୍ନ ୪ଟାରେ ଆନ୍ଧ୍ର ବ୍ୟାଙ୍କରୁ ୭ ଲକ୍ଷ ଟଙ୍କା ନେଇ ଘରକୁ ଫେରୁଥିଲେ। ବ୍ୟାଙ୍କ ଠାରୁ ମାତ୍ର ୨୦୦ ମିଟର ଦୂରରେ ତାଙ୍କୁ କିଛି ଦୁର୍ବୃତ୍ତ ଅଟକାଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡ଼ାଇବାକୁ ଲାଗିଥିଲେ। ବ୍ୟାଗ ଟଙ୍କା ବଂଚାଇବା ପାଇଁ ବ୍ୟକ୍ତି ଜଣକ ଉଦ୍ୟମ କରୁଥିବା ବେଳେ ଦୁର୍ବୃତ୍ତମାନେ ଏହାକୁ ଛଡ଼ାଇ ନେବାରେ ସଫଳ ହୋଇଥିଲେ। ସେମାନେ ଟଙ୍କା ବ୍ୟାଙ୍କ ଲୁଟ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟ୍‌ କରୁଥିବା ଦୃଶ୍ୟ ଦୂରରୁ ଦେଖୁଥିଲେ ମଧ୍ୟ ସେମାନେ କିଛି ଜାଣି ପାରି ନଥିଲେ। ତିନି ଜଣ ଲୋକଙ୍କ ମଧ୍ୟରେ କ’ଣ ହେଉଛି, ସେମାନେ ଜାଣି ପାରି ନଥିଲେ।

ଟାଉନ୍‌ ଥାନା ଆଇଆଇସି କେ.ସି ଭତ୍ରା କହିଛନ୍ତି, ଲୁଟ ବ୍ୟବସାୟୀ ମେନ୍‌ରୋଡ଼ସ୍ଥିତ ଆନ୍ଧ୍ର ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ୨ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ସେମାନେ ଟଙ୍କା ଲୁଟ୍‌ କରିବା ପରେ ବାଇକ୍‌ରେ ଫେରାର ହୋଇଯାଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର