ଛେଳିଚୋର ଗିରଫ, ବୋଲେରୋ ଜବତ

ହାଟଡ଼ିହି: ବୋଲେରୋରେ ଛେଳି ଚୋରିକରି ନେଉଥିବାବେଳେ ପୁଲିସ ବୋଲେରୋକୁ ଜବତ କରିବା ସହିତ ଛେଳିଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମଙ୍ଗଳବାର ସୋସୋ ଥାନା ଅଧୀନସ୍ଥ ବିଦ୍ୟାଧରପୁର କେନାଲ ରାସ୍ତା କଡ଼ରେ ଛେଳିପଲ ଚରୁଥିଲେ। ସେହିରାସ୍ତା ଦେଇ ଯାଉଥିବା ଏକ ବୋଲେରୋ( ଓଆର୨୧-୯୨୩୪)ରୁ ଜଣେ ଯୁବକ ଓହ୍ଲାଇ ଏକ ଛେଳିକୁ ବୋଲେରୋରେ ନେଇ ଯାଇଥିଲା। ଏ ସମ୍ପର୍କରେ ଜାଣିବାପରେ ଛେଳି ମାଲିକ ମାନସ କୁମାର ନାୟକ ତୁରନ୍ତ ସୋସୋ ଥାନାକୁ ଜଣାଇଥିଲେ । ସୋସୋ ପୁଲିସ ତୁରନ୍ତ ଚଢ଼ଉକରି ଉକ୍ତ ବୋଲେରୋକୁ ଜବତ କରିବା ସହିତ ରଞ୍ଜନ ଜେନା ନାମକ ଜଣେ ଯୁବକକକୁ ଗିରଫ କରିଥିଲା । ସୋସୋ ପୁଲିସ ଏନେଇ ଥାନା କେସନଂ୧୧୪/୨୧ରେ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଉପେନ୍ଦ୍ର ଦାସ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର