୭ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଧାମରା ରେଳପଥକୁ ସଂପୂର୍ଣ୍ଣ ଅଚଳ କରିଦେବାକୁ ଚେତାବନୀ

ଭଦ୍ରକ: ଜମିହରା ପରିବାରକୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ପ୍ରଦାନ କରିବା ଦାବିରେ ଧାମରା ରେଳଲାଇନରେ ରେଳରୋକ କରାଯାଇଥିଲା। ଧାମରା ରେଳ ଲାଇନର  ଏଲସି-5 ଠାରେ ଓଭର ବ୍ରିଜ ନିର୍ମାଣ, ଧାମରାରୁ ଆସୁଥିବା କୋଇଲା ଡବା ଆବଦ୍ଧ ନଥିବାରୁ କୋଇଲା ଗୁଣ୍ଡ ଉଡି ପରିବେଶ ଖରାପ ହେବା,  କେଦାରପୁର, ଜିତାନଗା, ବ୍ରହ୍ମପୁର ଓ ତାରଗଣ ମୌଜାରେ ଜମିହରା ମାନଙ୍କୁ ସେରପୁର ଓ ସରଗଢ଼ିଆ ମୌଜାର ଜମିହରାମାନେ ପାଇଥିବା କ୍ଷତିପୂରଣ ହାରରେ କମ୍ପାନି ଅନ୍ୟ ଜମିହରାମାନଙ୍କୁ ଯଥା ଶୀଘ୍ର ଅର୍ଥ ପ୍ରଦାନକରିବା ଭଳି ୪ ଦଫା ଦାବି ନେଇ ଆଜି ସର୍ବହରା ଚାଷୀ କମିଟି ପକ୍ଷରୁ ସଭାପତି ଭାରତ ତ୍ରିପାଠୀଙ୍କ ନେତୃତ୍ୱରେ ବହୁ ଚାଷୀ ଯୋଗ ଦେଇ ଧାମରା ରେଳପଥ ବନ୍ଦ କରିଥିଲେ।

ତେବେ ଆସନ୍ତା ୭ ଦିନ ମଧ୍ୟରେ ଏସବୁ ଦାବି ପୂରଣ ନ ହେଲେ ଧାମରା ରେଳପଥକୁ ସଂପୂର୍ଣ୍ଣ ଭାବେ ଅଚଳ କରିଦେବାର ଚେତାବନୀ ଦେଇଛି ସର୍ବହରା ଚାଷୀ କମିଟି। ଧାମରା ବନ୍ଦର କମ୍ପାନୀ ର  ମନମୁଖୀ କାର୍ଯ୍ୟ କଲପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦାନା ବନ୍ଧୁ ଥିବାବେଳେ ଆଗାମୀ ଦିନରେ କମ୍ପାନୀ ବିରୋଧରେ ଜୋରଦାର ଆନ୍ଦୋଳନ କରିବାକୁ ଲୋକମାନେ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର