ଦୁର୍ଘଟଣା ପରେ ଟ୍ରକରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର-ହେଲପର

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଞ୍ଚଳର ଦ୍ଵାରଶୁଣୀ ଘାଟୀରେ ପୁଣି ଏକ ଟ୍ରକ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଛି। ଦୁର୍ଘଟଣା ଘଟିବା ମାତ୍ରେ ଟ୍ରକଟି ଜଳି ଯାଇଛି। କେନ୍ଦୁଝର ଜିଲ୍ଲାର ଯୋଡାରୁ ଆଇରନ ନେଇ ହଳଦିଆ ଯାଉଥିବା ଟ୍ରକର ବ୍ରେକ୍‌ ଫେଲ ହେବା ପରେ ସମ୍ମୁଖରେ ଯାଉଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଆଇରନ ଟ୍ରକରେ ନିଆଁ ଲାଗି ଯାଇଥିଲା।

ବାଙ୍ଗିରିପୋଷି ଦମକଳ ବାହିନୀ ଓ ପୁଲିସ ନିଆଁକୁ ଆୟତ କରି ଥିଲେ। ସୌଭାଗ୍ୟ ବଶତଃ ଡ୍ରାଇଭର ଓ ହେଲପର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ ମାର୍ଚ୍ଚ ମାସ ଏକ ବସରେ ମଧ୍ୟ ନିଆଁ ଲାଗି ସଂପୂର୍ଣ୍ଣ ପୋଡିଯାଇ ଥିଲା। ଅଳ୍ପକେ ବର୍ତ୍ତି ଯାଇଥିଲେ ପଚାଶରୁ ଉର୍ଦ୍ଧ୍ୱ ଯାତ୍ରୀ। ଯାତ୍ରୀମାନେ ଏକ ଭୋଜିରେ ଯୋଗ ଦେବା ପାଇଁ କରଂଜିଆ( ସିଙ୍ଗଡା) ରୁ ବେତନଟୀ ଯାଉଥିଲେ। ଦଶ ମାସ ମଧ୍ୟରେ ୮୦ ରୁ ଅଧିକ ଦୁର୍ଘଟଣା ଘଟିଛି। ଏଥିରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହେବା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର