୨ ଭାଇ କଥା ହେଉଥିବା ବେଳେ ପଡ଼ିଗଲା କାନ୍ଥ: ଲକ୍ଷ୍ମଣଙ୍କ ମୃତ୍ୟୁ, ରାମଚନ୍ଦ୍ରଙ୍କ ଚିକିତ୍ସା ଜାରି

ବାଲେଶ୍ୱର: ଦୁଇ ଭାଇ କଥା ହେଉଥିବା ବେଳେ ରବିବାର ଅପରାହ୍ଣରେ ଅଭାବନୀୟ ଘଟଣା ଘଟିଛି। ସଦର ଥାନା ଅନ୍ତର୍ଗତ ବର୍ଦ୍ଧନପୁର ସାହାଜାନଗରରେ ଆଜି ଅପରାହ୍ନରେ ୨ ଭାଇ ରାମଚନ୍ଦ୍ର ଓ ଲକ୍ଷ୍ମଣ କଥା ହେଉଥିଲେ। ଏହି ସମୟରେ ଘରର ଦୁର୍ବଳ ମାଟି କାନ୍ଥ ତାଙ୍କ ଉପରେ ପଡ଼ିଯାଇଥିଲା। ପରିବାର ଲୋକେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଲକ୍ଷ୍ମଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ମେଡିକାଲ ନିଆଯିବା ପାଇଁ ବ୍ୟବସ୍ଥା କରାଯାଉଥିଲା। ଏହି ସମୟରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ରାମଚନ୍ଦ୍ରଙ୍କ ଚିକିତ୍ସା ଜାରି ରହିଛି। ଦୀପାବଳି ଦିନ ଏହି ଅଘଟଣ ଘଟିଥିବାରୁ ଗାଁରେ ଶୋକାର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର