ଭାଲୁ ଆକ୍ରମଣରେ ଯୁବକ ଆହତ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆପାଳ ପଞ୍ଚାୟତ ପଙ୍ଗାନାଳ ଗ୍ରାମର ପ୍ରକାଶ ସିଙ୍କୁ (୩୦) ଆଜି ସକାଳେ ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି। ଶ୍ରୀ ସିଙ୍କୁ ଆଜି ସକାଳେ ଘର ବାହାରକୁ ଯାଇଥିବା ବେଳେ ହଠାତ୍ ତାଙ୍କୁ ଦୁଇଟି ଭାଲୁ ଆକ୍ରମଣ କରିଥିଲେ। ଦୁଇ ହାତରେ ଦୁଇଟି ଭାଲୁ ଆକ୍ରମଣ କରିଥିବାରୁ ତାଙ୍କର ଦୁଇ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଚିକିତ୍ସା ପାଇଁ ଶ୍ରୀ ସିଙ୍କୁକୁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପାଇଁ କ୍ଷତିଗ୍ରସ୍ତଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର