ଗୋଟିଏ ଜାହାଜ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହେଲା। ସେଥିରେ ଥିବା ଲୋକେ ପାଣିରେ ବୁଡ଼ି ମୃତ୍ୟୁବରଣ କଲେ, କେବଳ ଜଣେ ମାତ୍ର ବଞ୍ଚିଗଲେ, ଯିଏ କୌଣସି ମତେ ଗୋଟିଏ ଦ୍ବୀପରେ ଲାଗିଲେ। ସାଷ୍ଟମ ହେବା ପରେ ସେ କୃତଜ୍ଞତା ଜଣାଇ ଭଗବାନଙ୍କୁ ଧନ୍ୟବାଦ ଦେଲେ।

Advertisment

ତା’ ପରେ ସେ ଦ୍ବୀପରୁ ସମୁଦ୍ରକୁ ଚାହିଁ ବସିଲେ କାଳେ କେଉଁ ଜାହାଜ ସେଇ ବାଟରେ ଗଲା ବେଳେ ତାଙ୍କୁ ଉଦ୍ଧାର କରିବ। କିନ୍ତୁ ଦିନ ପ‌େର ଦିନ ବିତିଗଲା, ସେଭଳି ହେଲା ନାହିଁ। ସେ ପୁଣି ଘୋର ବିଷଣ୍ଣ ହୋଇଗଲେ। ଭଗବାନଙ୍କ ଇଚ୍ଛା ନେଇ ମନରେ ସନ୍ଦେହ ଆସିଲା।

କିଛି ଦିନ ପରେ ଗୋଟିଏ ଖାଲି ଡଙ୍ଗା ଭାସି ଆସି କୂଳରେ ଲାଗିଲା। ପୁଣି ସେ ଭାଗବାନଙ୍କୁ କୃତଜ୍ଞତା ଜଣାଇ ଆହୁଲାଟିଏ ତିଆରି କରି ସମୁଦ୍ରରେ ଡଙ୍ଗା ମେଲିଦେଲେ। ପୁଣି ଉତ୍ସାହ ଫେରି ଆସିଲା। କିନ୍ତୁ କିଛି ସମୟ ପରେ ମଝି ଦରିଆରେ ପୁଣି ତାଙ୍କ ସାହସ ହଜିଗଲା। ଖରାରେ ସିଝି ଡଙ୍ଗାରେ ପଡ଼ିଥିବା ବେଳେ ସେ ଭାବିଲେ ଭଗବାନ ବୋଧହୁଏ ତାଙ୍କୁ ଜାହାଜ ବୁଡ଼ିରେ ନୁହେଁ, ଏଭଳି ମାରିବାକୁ ନିଷ୍ପତ୍ତି ନେଇଥିଲେ!

ଏମିତି ଭାବେ ତାଙ୍କ ଚେତା ବୁଡ଼ିଗଲା। ଚେତା ଆସିଲା ଡାକ୍ତରଖାନାରେ। ସେ ପୁଣି ଭଗବାନଙ୍କୁ କୃତଜ୍ଞତା ଜଣାଇ‌େଲ। କିନ୍ତୁ ଶୀଘ୍ର ତାଙ୍କ ସୁଖ ମଉଳିଗଲା, ଯେତେବେଳେ ସେହି ଡଙ୍ଗାର ନାଉରିକୁ ହତ୍ୟା କରିବା ଅଭିଯୋଗରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଗଲା।
କାରାଗାରରେ ଅନେକ ବର୍ଷ କାଟିଲା ପରେ ଯେତେବେଳେ ମୁକ୍ତିର କୌଣସି ଆଶା ନ ଥିଲା, ସେତିକି ବେଳେ ଅଗତ୍ୟା ତାଙ୍କୁ ଖଲାସ କରି ଦିଆଗଲା। କିନ୍ତୁ ଏବେ ସେ ଭଗବାନଙ୍କୁ କୃତଜ୍ଞତା ଜଣାଇବାକୁ ଭୟ କଲେ। ସେ ବୁଝି ପାରୁଥିଲେ ଯେ ଭଗବାନ କେବଳ ତାଙ୍କ ଇଚ୍ଛାରେ ଚଳାନ୍ତି। ସେହି ବାଟେ ତୁମକୁ ଯାହା ମିଳିଲା ତାହା ହିଁ ତୁମର ପ୍ରାପ୍ୟ।