ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଚାରିମିନିଟ୍‌ ମାଇଲ୍‌

୧୯୫୩ ମଇ ମାସ ୨୯ ତାରିଖ ଦିନ ମନୁଷ୍ୟର ଶାରୀରିକ ଓ ମାନସିକ କ୍ଷମତା ପ୍ରତି ଏକ ଅଲଂଘ୍ୟ ଆହ୍ଵାନ ସଦୃଶ ଦଣ୍ଡାୟମାନ ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗ ଶେଷରେ ମନୁଷ୍ୟର ପଦାନତ ହୋଇଥିଲା ଯେତେବେଳେ ଏଡ୍‌ମଣ୍ଡ ହିଲାରି ଓ ତେନ୍‌ଜିଙ୍ଗ୍‌ ନର୍ଗେ ସେଦିନ ଏହାର ଶିଖର ଉପରେ ପାଦ ରଖିଲେ। ଇତିମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଟାଙ୍ଗିଆ ଚୋଟ

୨୦୧୬ ନଭେମ୍ବରରେ ଭାରତରେ ପ୍ରୟୋଗ କରାଯାଇଥିବା ବିମୁଦ୍ରୀକରଣ ସାଧାରଣତଃ ଏକ ମୁକ୍ତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସହିତ ଖାପ ଖାଇ ନଥାଏ। କୌଣସି ଏକଛତ୍ରବାଦୀ ଶାସନ ବ୍ୟବସ୍ଥା ସହିତ ଏହା ଅଧିକତର ଖାପ ଖାଇଥାଏ। ତେଣୁ ଭାରତରେ ନରେନ୍ଦ୍ର ମୋଦୀ ସରକାର ସୃଷ୍ଟି କରିଥିବା ବିରଳ ଉଦାହରଣ ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ପାହାଡ଼ ପଦ୍ମମୟ

ଉତ୍ତର-ପୂର୍ବାଞ୍ଚଳର ପାହାଡ଼ିଆ ଇଲାକା ପଦ୍ମମୟ ହୋଇଯାଇଛି। ପୂର୍ବୋତ୍ତରର ‘ପ୍ରବେଶ ଦ୍ୱାର’ କୁହାଯାଉଥିବା ଆସାମରେ ପ୍ରଥମେ ପଦ୍ମ ଫୁଟାଇଥିବା ବିଜେପି ‘ସାତ ଭଉଣୀ’ ରାଜ୍ୟ ସମୂହର ଗୋଟିଏ ପରେ ଗୋଟିଏ ପ୍ରଦେଶରେ ହିନ୍ଦୁତ୍ୱର ପ୍ରଭାବ ବିସ୍ତାର କରି ଚାଲିଛି। ଗତବର୍ଷ ମଣିପୁର ଦଖଲ ପରେ ସଦ୍ୟ…
ଅଧିକ ଖବର ଦେଖନ୍ତୁ...

ଆସ୍ଥାର ମୋହର

ଚଳିତ ସରକାର, ଶାସନ ଓ ସର୍ବୋପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଆସ୍ଥା ଓ ଅନୁମୋଦନ, ଅନ୍ୟପକ୍ଷରେ ହିଂସା ଓ ଗୁଣ୍ଡାମିର ଆକ୍ରମଣାତ୍ମକ ରାଜନୀତିକୁ ପ୍ରତ୍ୟାଖ୍ୟାନ। ନମ୍ରତାକୁ ପୁରସ୍କାର ଓ ଅହଙ୍କାରକୁ ତିରସ୍କାର। ବିଜେପୁର ଉପ-ନିର୍ବାଚନ ଫଳାଫଳରେ ପ୍ରତିଫଳିତ ଜନାଦେଶର…
ଅଧିକ ଖବର ଦେଖନ୍ତୁ...

ମୁହାଁମୁହିଁ

ସୁପର୍‌ଷ୍ଟାର୍‌ ଚିତ୍ର ତାରକା ଶ୍ରୀଦେବୀଙ୍କର ଅକାଳ ମୃତ୍ୟୁ ଖବର, ସେଥିପ୍ରତି ଦେଶବ୍ୟାପୀ ପ୍ରତିକ୍ରିୟା ଓ ଠିକ୍‌ ତା’ପରେ ପରେ ପ୍ରକାଶ ପାଇଥିବା ତାଙ୍କର ମୃତ୍ୟୁ ସମ୍ପର୍କିତ ନୂତନ ସୂଚନା ଦେଖି ଯଦି କେତେକ ବିଦଗ୍‌ଧ ସିନେ-ପ୍ରେମୀ ମାନଙ୍କର ୧୯୮୪ର କ୍ଲାସିକ୍‌ ମାଲୟାଲମ୍‌ ଫିଲ୍‌ମ…
ଅଧିକ ଖବର ଦେଖନ୍ତୁ...

ଉଚିତ ଶିକ୍ଷା

କାନାଡ଼ାର ଲୋକସଂଖ୍ୟାରେ ସେଠାକାର ଭାରତୀୟ ମୂଳର ନାଗରିକମାନଙ୍କର ଅଂଶ ମାତ୍ର ୪%ରୁ ଅଧିକ ନୁହେଁ। ସେମାନଙ୍କ ମଧ୍ୟରେ ଭାରତୀୟ ମୂଳର ଶିଖ୍‌ମାନଙ୍କର ଅନୁପାତ ହେଉଛି ପୁଣି ଏହାର ପ୍ରାୟ ଅଧା। କିନ୍ତୁ କାନାଡ଼ାର ରାଜନୈତିକ ବ୍ୟବସ୍ଥା ଏପରି ଯେ ଯେଉଁ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନେ ଏକାଠି ହୋଇ…
ଅଧିକ ଖବର ଦେଖନ୍ତୁ...

ନ୍ୟାୟିକ ବିଶୃଙ୍ଖଳା

ଗୋଟିଏ ଅନୁଷ୍ଠାନ ତଥା ବ୍ୟବସ୍ଥାର ସୁପରିଚାଳନା ପାଇଁ ଶୃଙ୍ଖଳା, ନୀତି-ନିୟମର ଅନୁପାଳନ ଓ ପରମ୍ପରା ପ୍ରତି ସମ୍ମାନ ଏକାନ୍ତ ଅପରିହାର୍ଯ୍ୟ। ଅନ୍ୟଥା ଅନୁଷ୍ଠାନ ଅରାଜକତା ମଧ୍ୟକୁ ଠେଲି ହୋଇଯାଇ ବ୍ୟବସ୍ଥାରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ଥାଏ। ଦୁର୍ଭାଗ୍ୟର ବିଷୟ ହେଲା, ଭାରତୀୟ ଶାସନ…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତି- ଯେଉଁଠିକି ସେଇଠି

ଏଗାର ହଜାର କୋଟି ଟଙ୍କାର ନିରବ ମୋଦୀ-ପିଏନ୍‌ବି ଠକେଇ ସମ୍ପର୍କରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଠକେଇ ପଛର ଆପରାଧିକ ଷଡ୍‌ଯନ୍ତ୍ରର ଚିତ୍ର ମଧ୍ୟ ଧୀରେ ଧୀରେ ସ୍ପଷ୍ଟ ହେଉଛି। ପିିଏନ୍‌ବି ଠକେଇର ପୂର୍ଣ୍ଣାଙ୍ଗ ଚିତ୍ର ତଥାପି ମିଳି ନଥିବା ବେଳେ ଆଉ କିଛି ବ୍ୟାଙ୍କ୍‌ ଲୁଟ୍‌ ଓ…
ଅଧିକ ଖବର ଦେଖନ୍ତୁ...

‘ନିଷିଦ୍ଧାଞ୍ଚଳ’ରେ ଜେନେରାଲ!

ଉତ୍ତର-ପୂର୍ବାଞ୍ଚଳକୁ ବିଦେଶୀ ନାଗରିକଙ୍କ କ୍ରମବର୍ଧିଷ୍ଣୁ ଅନୁପ୍ରବେଶ ନିଶ୍ଚିତ ଭାବେ ଜାତୀୟ ନିରାପତ୍ତା ଦୃଷ୍ଟିରୁ ଗଭୀର ଉଦ୍‌ବେଗର ବିଷୟ। କିନ୍ତୁ ସେନା ପାଇଁ ସମ୍ବିଧାନ ଦ୍ୱାରା ନିର୍ଧାରିତ ‘ନିଷିଦ୍ଧ ଇଲାକା’ ରାଜନୀତି ମଧ୍ୟକୁ ସେନାର ଅନୁପ୍ରବେଶ ତା’ ଠାରୁ ଆହୁରି ଅଧିକ ଉଦ୍‌ବେଗଜନକ।…
ଅଧିକ ଖବର ଦେଖନ୍ତୁ...

ପିଙ୍କିଙ୍କ ସ୍ୱପ୍ନ

ହିନ୍ଦୀରେ ଥିବା ଏକ ସୁପରଚିତ ଢଗ ହେଉଛି: ‘‘ନୌ ସୌ ଚୂହେ ଖା କେ ବିଲ୍ଲୀ ହଜ୍‌ କୋ ଚଲୀ’’(‘‘ନ’ଶହ ମୂଷା ଖାଇବା ପରେ ବିଲେଇ ହଜ୍‌କୁ ଯାଇଛି’’)। ଧର୍ମପ୍ରାଣ ମୁସଲମାନ ମାନଙ୍କ ପାଇଁ ହଜ୍‌ ହେଉଛି ଇସଲାମର ପବିତ୍ରତମ ତୀର୍ଥଯାତ୍ରା। ଏଣୁ ଢଗର ଅର୍ଥ ହେଉଛି, ଜଣେ ବ୍ୟକ୍ତି ଅନେକ ପାପ କରିବା ପରେ…
ଅଧିକ ଖବର ଦେଖନ୍ତୁ...