ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

‘ଅନର୍ଥର ଖଣି’

‘‘ପଣତର କୋଣେ ବନ୍ଧା ଥିଲା ମଣି/ହେଲା ଯାହା ଏବେ ଅନର୍ଥର ଖଣି।’’ ପ୍ରେମ-ପାଗଳିନୀ ରାଜକନ୍ୟା ନନ୍ଦିକା ପିତା ସୁବର୍ଣ୍ଣକେଶରୀଙ୍କ ମସ୍ତକରୁ ଚୋରାଇଥିବା ଦେବୀଦତ୍ତ ଜୈତ୍ରମଣିକୁ ଚୁମ୍ବନ କରି ପ୍ରାଣ ହାରିବାର ଏହି ବର୍ଣ୍ଣନା କବିବର ରାଧାନାଥ ରାୟଙ୍କର ନନ୍ଦିକେଶ୍ୱରୀ କାବ୍ୟରୁ ଆସିଥିଲେ ହେଁ…
ଅଧିକ ଖବର ଦେଖନ୍ତୁ...

ନିରବ ଚୌକିଦାର

ପୃଥିବୀ ସାରା ତାଙ୍କର ଅଗଣିତ ଅନୁରାଗୀମାନଙ୍କର ଦୀର୍ଘକାଳର ଉତ୍କଣ୍ଠାରେ ଅବସାନ ଘଟାଇ ୨୦୧୫ରେ କାଳଜୟୀ ଉପନ୍ୟାସ ‘ଟୁ କିଲ୍‌ ଏ ମକିଙ୍ଗ୍‌ ବାଡ୍‌ର୍’ର ରଚୟିତା ହାର୍ପର୍‌ ଲି’ଙ୍କର ଅର୍ଧ ଶତାବ୍ଦୀରୁ ଅଧିକ କାଳ ତଳେ ରଚିତ ଦ୍ୱିତୀୟ ଉପନ୍ୟାସଟି ଯେତେବେଳେ ଆବିଷ୍କୃତ ହୋଇ ପ୍ରକାଶିତ ହେଲା,…
ଅଧିକ ଖବର ଦେଖନ୍ତୁ...

‘ନିରବ’ ଠକେଇ!

ବ୍ୟାଙ୍କିଂ ବ୍ୟବସ୍ଥାର ଆଖିରେ ଅଙ୍ଗୁଳି ଗେଞ୍ଜି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନଙ୍କୁ ଖୋଳ କରି ମାଲାମାଲ୍‌ ହୋଇଥିବା ବିଜୟ ମାଲ୍ୟାମାନଙ୍କ ସଂଖ୍ୟା ଏ ଦେଶରେ କିଛି କମ୍‌ ନୁହେଁ। ବ୍ୟାଙ୍କ୍‌ ଗୁଡ଼ିକୁ ନଅ ହଜାର କୋଟି ଟଙ୍କାର ଚୂନ ଲଗାଇଥିବା ମାଲ୍ୟାଙ୍କ ‘ଚିଫ୍‌ ଅଫ୍‌ ଗୁଡ୍‌ ଟାଇମ୍‌ସ‘ ମୁଖା…
ଅଧିକ ଖବର ଦେଖନ୍ତୁ...

ପଛୁଆ ରାଜ୍ୟର ଆଗୁଆ ଚିନ୍ତା

ଗତ ୧୫ ତାରିଖରେ ନୂଆଦିଲ୍ଲୀର ଏକ ତାରକା ହୋଟେଲରେ ପୂର୍ବତନ ଓ ବର୍ତ୍ତମାନର ଜାତୀୟସ୍ତରର ତାରକା ଖେଳାଳିମାନଙ୍କୁ ନେଇ ଆୟୋଜିତ ଉତ୍ସବରେ ଭାରତୀୟ ହକି ସହ ଯେଉଁ ଚୁକ୍ତି ସ୍ୱାକ୍ଷରିତ ହେଲା ତାହା ଆମ ପାଇଁ ଏକାଧିକ କାରଣରୁ ଉଲ୍ଲେଖନୀୟ। ଏହି ଚୁକ୍ତି ବଳରେ ଓଡ଼ିଶା ଆସନ୍ତା ୫ ବର୍ଷ ପାଇଁ ଉଭୟ…
ଅଧିକ ଖବର ଦେଖନ୍ତୁ...

‘ନିର୍ଭୟା ପାଣ୍ଠି’ ବନାମ ପୀଡ଼ିତା

ଏମିତି କୌଣସି ମୁହୂର୍ତ୍ତ ନାହିଁ, ଯେତେବେଳେ ଦେଶର କେଉଁଠି ନା କେଉଁଠି ଜଣେ ମହିଳା କିମ୍ବା ବାଳିକା ଅପରାଧର ଶିକାର ହେଉ ନାହାନ୍ତି। ପ୍ରତ୍ୟେକ ମୁହୂର୍ତ୍ତରେ ଏ ଦେଶର ମହିଳାଙ୍କ ସମ୍ମାନ ଓ ସୁରକ୍ଷା ବିପନ୍ନ। ଅଥଚ, ଏମିତି ଗୋଟିଏ ଦିନ ନାହିଁ ଦେଶର କୌଣସି ବଡ଼ ନେତା କିମ୍ବା ବିଶିଷ୍ଟ…
ଅଧିକ ଖବର ଦେଖନ୍ତୁ...

ମେଣ୍ଟରେ ଅଡୁଆ

ପରବର୍ତ୍ତୀ ସାଧାରଣ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ନା ଆଗୁଆ ଅନୁଷ୍ଠିତ ହେବ? ଏ ପ୍ରଶ୍ନ ଉପରେ ବିଗତ ବେଶ୍‌ କିଛି ଦିନ ଧରି ଗଣମାଧ୍ୟମ ଓ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଜାରି ରହିଛି। ହେଲେ ବର୍ତ୍ତମାନ ସୁଦ୍ଧା ଉପରୋକ୍ତ ପ୍ରଶ୍ନର କୌଣସି ନିର୍ଦ୍ଦିଷ୍ଟ କିଂବା ନିଶ୍ଚିତ ଉତ୍ତର ମିଳି…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧ-ଯୋଗ୍ୟ ସଂଘ

ଅନ୍ୟ କେତେକ ଦେଶ ଭଳି ସ୍ୱାଧୀନ ଭାରତରେ କେବେ ବାଧ୍ୟତାମୂଳକ ସାମରିକ ସେବା (ଡ୍ରାଫ୍ଟ) ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ନାହିଁ। କିନ୍ତୁ ଏକ ୧୯୪୮ ଆଇନ ଅନୁସାରେ ଭାରତରେ ‘ନେସ୍‌ନାଲ୍‌ କ୍ୟାଡେଟ୍‌ କୋର୍‌’ (ଏନ୍‌ସିସି) ନାମରେ ଏକ ଶୃଙ୍ଖଳିତ ଯୁବ ସଂଗଠନ ସୃଷ୍ଟି କରାଯାଇଛି ଯାହାର…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆନ୍‌ ମୋଦୀ

ଓଡ଼ିଆରେ ଏକ ଢଗ ଅଛି: ‘‘ଯେ ଦେଶ ଯାଇ, ସେ ଫଳ ଖାଇ।’’ ଅର୍ଥାତ୍‌ ତୁମେ ଯେଉଁ ଦେଶକୁ ଯିବ, ସେଠାରେ ଥିବା ବେଳେ ସେ ଦେଶର ଲୋକମାନଙ୍କୁ ଅନୁକରଣ କରି ଆଚରଣ ପ୍ରଦର୍ଶନ କରିବ। ଏହି ମର୍ମରେ ଏ ଢଗର ଏକ ଇଂରେଜୀ ସଂସ୍କରଣ ହେଉଛି: ‘‘ହେ୍ଵନ୍‌ ଇନ୍‌ ରୋମ୍‌, ବି ଏ ରୋମାନ୍‌’’ (ରୋମ୍‌ରେ ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଭଲ-ମନ୍ଦ

ଈଶ୍ୱର ହେଉଛନ୍ତି ସର୍ବବିଦ୍ୟମାନ, ସର୍ବଜ୍ଞ ଓ ସର୍ବଶକ୍ତିମାନ। ଏହି ମାପକାଠି ପ୍ରୟୋଗ କରି ଆଜିର ଦୁନିଆରେ ଯଦି ଈଶ୍ୱରଙ୍କୁ ଖୋଜାଯାଏ ତେବେ ବୋଧହୁଏ କେହି ଦ୍ୱିମତ ହେବେ ନାହିଁ ଯେ ଗୁଗ୍‌ଲ ହିଁ ହେଉଛି ଭଗବାନ। ଭଗବାନ ଓ ସଇତାନ ମଧ୍ୟରେ ପ୍ରଭେଦ ହେଲା ସଇତାନ ସର୍ବଦା ମନ୍ଦ କାର୍ଯ୍ୟ କରୁଥିବା…
ଅଧିକ ଖବର ଦେଖନ୍ତୁ...

ସାଆନ୍ତିଆ ଔଦ୍ଧତ୍ୟ

ପୁଲିସର ସନ୍ଦିଗ୍ଧ କାରବାର ଯୋଗୁ କୁନ୍ଦୁଲି ଘଟଣା ନେଇ ତାତି ଥମିବାର ନାମ ନେଉନାହିଁ। ଆତ୍ମହତ୍ୟା କରିଥିବା ସ୍ୱର୍ଗତା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ରାଜନୈତିକ, ଅଣ-ରାଜନୈତିକ-ସାମାଜିକ ସଂଗଠନ ଏବେ ବି ରାସ୍ତାରେ। ଫଳରେ ଅଶାନ୍ତି, ଉତ୍ତେଜନା ଲାଗି ରହି ଅନେକ ସମୟରେ, ବହୁ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...