ମୁମ୍ବାଇ: ବିଗ୍ ବସ୍ ୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚା‌କୁ ଆସିଛି। ସୋ’ ଆରମ୍ଭରୁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଛି। ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ ମଧ୍ୟ ସୋ’ରେ ପ୍ରବେଶ କରିଛନ୍ତି। ପ୍ରଥମ ସପ୍ତାହରେ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ବାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଛନ୍ତି। ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇଥିବା ପ୍ରତିଯୋଗୀ ହୋଇଥିବା ବେଳେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେ‌ଟା ଦେଖିବାକୁ ମିଳିନାହିଁ। ଅନେକ ସମୟରେ ସେ ନିଜ ସ୍ବାମୀଙ୍କ ସହ ହିଁ ଝଗଡ଼ା କରୁଥିବାର ନଜର ଆସିଛନ୍ତି।

Advertisment

ଦ୍ବିତୀୟ ସପ୍ତାହ ଆରମ୍ଭ ହେବା ପରେ ମଧ୍ୟ ଅଙ୍କିତା, ବିକିଙ୍କ ସହ ଝଗଡ଼ା କରିଥିବା ଦେଖାଯାଇଥିଲା। ବିକି ଅନ୍ୟ ପ୍ରତିଯୋଗୀଙ୍କ ସହ କଥା ହେଉଥିବା ବେଳେ ଅଙ୍କିତାଙ୍କୁ ୫ମିନିଟ ମଧ୍ୟ ସମୟ ଦେଉନଥିବା ଅଭିଯୋଗ କରିଥିଲେ ଅଭିନେତ୍ରୀ। ଏହାକୁ ନେଇ ଦୁହିଁଙ୍କ ମଧ୍ୟ‌ରେ ଝଗଡ଼ା ହୋଇଥିଲା। ଝଗଡ଼ା ଶେଷରେ ବିକି ଅଙ୍କିତାଙ୍କୁ “ମୂର୍ଖ” ବୋଲି କହିଥିଲେ। ଏହା ସହ ସେ କହିଥିଲେ, “ଏହାର କ‌ୌଣସି ଅନ୍ତ ନାହିଁ। ମୁଁ ତୁମକୁ ସବୁ କଥାରେ ସାମିଲ କରିବାକୁ ଚେଷ୍ଟା କଲି କିନ୍ତୁ ତୁମେ ହେ‌ଲ ନାହଁ। ସେଥିରେ ମୋର ଦୋଷ କିଛି ନାହିଁ। ମୁଁ ‘ଜୋରୁ କା ଗୁଲାମ’ ହୋଇପାରିବି ନାହିଁ। ମୁଁ ସ୍ବାମୀ ଭାବରେ ବିଫଳ ହୋଇଛି ବୋଲି ମୁଁ ସ୍ୱୀକାର କରୁଛି। ବିବାହିତ ହେବାର ଅର୍ଥ ନୁହେଁ ଯେ ମୁଁ ସର୍ବଦା ତୁମକୁ ଅନୁସରଣ କରିବି। ”

ଏହା ପୂର୍ବରୁ ମଧ୍ୟ ସମାନ କାରଣ ପାଇଁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇସାରିଛି। ବାରମ୍ବାର ଗୋଟିଏ କାରଣ ପାଇଁ ଦୁହେଁ ଝଗଡ଼ା କରୁଥିବାରୁ ବିଗ୍ ବସରେ ହିଁ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି ଲେ‌ାକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି।