ନୂଆଦିଲ୍ଲୀ: ଭାରତରେ ମିଠୁ ଅଭିଯାନ ଆରମ୍ଭ ହେବା ପରେ ମହିଳାମାନେ ନିଜ ସହ ଘଟିଥିବା ଘଟଣା ସବୁକୁ ବେଶ୍‌ ସାହସିକତାର ସହ ସହଜରେ ବାଖାଣି ପାରୁଛନ୍ତି । ଅନେକ ମହିଳାମାନେ ଯୌନ ଶୋଷଣ ଶିକାର ହୋଇଥିବା ନେଇ ମୁହଁ ଖୋଲିଲେଣି। ଏହି କ୍ରମରେ ସୋନା ମହାପାତ୍ରା ଓ ସ୍ୱତା ପଣ୍ଡିତ କିଛି ଦିନ ପୂର୍ବରୁ ସଙ୍ଗୀତଜ୍ଞ ଅନୁ ମଲିକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏହାପରେ ଆହୁରି ଦୁଇଜଣ ମହିଳା ଅନୁ ମଲ୍ଲିକଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

Advertisment

ଏହି ଦୁଇ ମହିଳା ନିଜ ସହ ଘଟିଥିବା ଘଟଣାକୁ ମନେ ପକାଇ କହିଛନ୍ତି, ଅନୁ ମଲିକ ତାଙ୍କୁ ଫୋନ୍‌ କରି ଏକାକୀ ଡାକି ଯୌନ ନିର୍ଯାତନା ଦେଇ ଥାଆନ୍ତି। ପଦବୀର ଭୟ ଦେଖାଇ ଅନୁ ମଲ୍ଲିକ ଏହି ଘଟଣା ବିଷୟରେ କାହାକୁ କିଛି ନକହିବାକୁ ବି ଧମକ ଦେଇଥିଲେ।

ତେବେ ସୋନା ମହାପାତ୍ର ସଙ୍ଗୀତଜ୍ଞ ଅନୁ ମଲିକ ବିରୋଧରେ ଯେଉଁ ଅଭିଯୋଗ ଆଣି ଥିଲେ ତାହାକୁ ଖଣ୍ଡନ କରି ସେ ସୋନାକୁ ଚିହ୍ନି ନାହାନ୍ତି ବୋଲି କହିବା ସହିତ ଶ୍ୱେତା ପଣ୍ଡିତଙ୍କ ଅଭିଯୋଗକୁ ମନଗଢ଼ା ବୋଲି କହିଥିଲେ।

publive-image

ଅନୁ ମଲିକଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଦୁଇ ମହିଳା ନିଜ ପରିଚୟକୁ ଗୋପନ ରଖି କହିଥିଲେ, ୧୯୯୦ ମସିହାରେ ମେହବୁବ ଷ୍ଟୁଡିଓରେ ଅନୁ ମଲିକଙ୍କୁ ଭେଟିଥିଲେ। ଏହି ସମୟରେ ସେ ଆଶ୍ଳୀଳ ଶୈଳୀରେ ସ୍ପର୍ଶ କରିବାକୁ ଚାହିଁଥିଲେ। ଏହା ପରେ ଏକ ଫଣ୍ଡ ଏକାଠି କରିବା ଅବସରରେ ତାଙ୍କ ସହ ଭେଟ ହୋଇଥିଲା। ସେ ତାଙ୍କ ଜଣେ ସାଙ୍ଗସହିତ ଅନୁ ମଲିକ୍‌ଙ୍କୁ ଭେଟିବା ପାଇଁ ଯାଇଥିଲେ, ସେ ସେଠାରେ ନିଜ ପତ୍ନୀ ଓ ପୁଅ ସହିତ ବି ଭେଟ କରାଇଥିଲେ। ଏହାପରେ ସେ ଏକାକି ଥିବା ସମୟରେ ପୁଣି ଫୋନ୍‌ କରି ଘରକୁ ଡକାଇଥିଲେ। ଘରେ ପହଞ୍ଚି ସୋଫାରେ ବସିଥିବା ସମୟରେ ସେ ପାଖକୁ ଆସି ନିଜ ପୋଷାକ ଖୋଲି ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ। ଏହାପରେ ହଠାତ୍‌ ଦ୍ୱାର ବେଲ୍‌ ବାଜିବାରୁ ସେ ଛାଡ଼ି ଦେଇଥିଲେ। ଏହି ଘଟଣା ବିଷୟରେ କାହାକୁ କିଛି ନ କହିବାକୁ ଧମକ ବି ଦେଇଥିଲେ।

ସେହିପରି ଅନୁ ମଲିକ୍‌ଙ୍କ ବିରୋଧରେ ଯୌନ ନିର୍ଯାତନା ଆଣିଥିବା ଅନ୍ୟ ଜଣେ ମହିଳା ବି ସମାନ ଅଭିଯୋଗ କରି କହନ୍ତି, ଅନୁ ତାଙ୍କ ଷ୍ଟୁଡିଓକୁ ଫୋନ୍‌ କରି ଡାକି ତାଙ୍କ ସହ ଖରାପ ବ୍ୟବହାର କରିଥିଲେ।

ଏହାପୂର୍ବରୁ ଅନୁ ମଲ୍ଲିକଙ୍କ ବିରୋଧରେ ସୋନା ମହାପାତ୍ର ଅଭିଯୋଗ ଆଣି କହିଥିଲେ, ତାଙ୍କ ସହିତ ପ୍ରଥମ ଥର ୨୦୦୬ ମସିହାରେ ଭେଟ ହୋଇଥିଲା MTV lycra Style ଆଓ୍ଵାର୍ଡର ଅଭ୍ୟାସ ସମୟରେ। ସେହି ସମୟରେ ସେ ମୋତେ ଓ ମୋର ସ୍ୱାମୀଙ୍କୁ ଆଇଟିସି ଗ୍ରାଣ୍ଡ ମରଠାକୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ଆମେ ଦୁହେଁ ସାଥୀ ହୋଇ ସେଠାକୁ ଯାଇଥିଲୁ। ସେ ରାମଙ୍କ ସହିତ କାମ କରିଥିଲେ ହେଁ ମୋ ସ୍ୱାମୀ ବୋଲି ଜାଣି ନଥିଲେ। ଏମିତି କଥା ପ୍ରସଙ୍ଗରେ ସେ ସମ୍ପଥ୍‌କୁ କହିଥିଲେ, ‘କ’ଣ ମାଲାଟା ହୋଇଛି ସୋନା’।