ଇନ୍‌ଷ୍ଟାଗ୍ରାମ୍‌ରେ କରୀନା ଓ ତୈମୁରଙ୍କ ଏହି ଫଟୋ ଦେଖି ଏଭଳି ପ୍ରତିକ୍ରିୟା ଦେଲେ କଳାକାର

ମୁମ୍ବାଇ: କରୀନା କପୁର ଖାନ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଡେବ୍ୟୁ କରିବା ପରେ ଚର୍ଚ୍ଚାରେ ରହିଛନ୍ତି। କରୀନା ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ରେ ସିକ୍ରେଟ ଆକାଉଣ୍ଟ ଚଲାଉ ଥିବା କଥା କହିଥିଲେ। କିନ୍ତୁ ପ୍ରଥମଥର ଅଧିକାରୀକ ଭାବେ କରୀନା ଇନ୍‌ଷ୍ଟାଗ୍ରାମ୍‌ରେ ଆସିଛନ୍ତି। କରୀନା ଏଯାବତ ତାଙ୍କର ଏହି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅନେକ କିଛି ପୋଷ୍ଟ କରି ସାରିଛନ୍ତି। ଏହି ପୋଷ୍ଟ ମଧ୍ୟରୁ ପୁଅ ତୈମୁର ସହିତ ତାଙ୍କର ଏକ ଫଟୋ ବେଶ୍‌ ଚର୍ଚ୍ଚାରେ ରହିଛି।

ऋतिक रोशन और कटरीना कैफ और करीना कपूर खान और तैमूर अली खान
https://aajtak.intoday.in/

କରୀନା ଦ୍ୱାରା ସେୟାର କରାଯାଇଥିବା ଏହି ଫଟୋକୁ ଦେଖିବା ପରେ ଅନେକ କଳାକାର ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଅଭିନେତା ହ୍ରିତିକ ରୋସନଙ୍କ ଠାରୁ ଆରମ୍ଭ କରି ରଣବୀର ସିଂ, ଅର୍ଜୁନ୍‌ କପୁର ଓ କଟ୍ରିନା କୈଫଙ୍କ ଭଳି ଅନେକ ଅଭିନେତା-ଅଭିନେତ୍ରୀ ତୈମୁରଙ୍କ ଏହି ଫଟୋକୁ ଦେଖି ନିଜନିଜ ଖୁସି ଜଣାଇଛନ୍ତି। ହ୍ରିତିକ ଏହି ଫଟୋକୁ ଦେଖି ‘ଟୁ କିୟୁଟ’ କ୍ୟାପସନ୍‌ ଦେଇଥିବା ବେଳେ କଟ୍ରିନା ପମ୍ପାକିନ୍‌ ବୋଲି କହିଛନ୍ତି।

 

 

View this post on Instagram

 

The only one I will ever allow to steal my frame… 🎈🎈🎈❤️❤️❤️

A post shared by Kareena Kapoor Khan (@kareenakapoorkhan) on

ସେହିପରି ଅର୍ଜୁନ୍‌ ତୈମୁର ଅଲ୍ଲୀ ଖାନ୍‌ଙ୍କୁ ରିଅଲ ନବାବ୍‌ ବୋଲି କହିଥିବା ବେଳେ ରଣବୀର ଏହି କ୍ୟୁଟ ଫଟୋରେ ଇମୋଜି ଦେଇଛନ୍ତି। କଳାକାରଙ୍କ ବ୍ୟତୀତ କରୀନାଙ୍କ ଅନେକ ପ୍ରଶଂସକ ମଧ୍ୟ ତୈମୁର ଓ ତାଙ୍କ ମା’ଙ୍କ ଏହି ସ୍ନେହଭରା ଫଟୋ ସୋସିଆଲ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଦେଖିବା ପରେ ସୁନ୍ଦରସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି।

କରୀନାଙ୍କ ଏହି ଅଧିକାରୀକ ଇନ୍‌ଷ୍ଟା ଆକାଉଣ୍ଟରେ ଗୋଟିଏ ଦିନ ମଧ୍ୟରେ ୧୦ଲକ୍ଷରୁ ଅଧିକ ଫଲୟୋର୍ସ ହୋଇଯାଇଛନ୍ତି। କରୀନା ତାଙ୍କର ଏହି ଆକାଉଣ୍ଟରେ ପେଷାଗତ ଜୀବନ ଓ ବ୍ୟକ୍ତିଗତ ଜୀବନ ଉଭୟ ସହିତ ଜଡ଼ିତ ଫଟୋ ସେୟାର କରିବେ ବୋଲି ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର