‘ପଦ୍ମାବତ୍‌’ ନେଇ ରଣବୀର ସିଂଙ୍କ ପ୍ରଶ୍ନର କି ଉତ୍ତର ଦେଲେ ଶାହରୁଖ

ନୂଆଦିଲ୍ଲୀ : ସଞ୍ଜୟ ଲୀଲା ଭଂସାଲୀଙ୍କ ‘ପଦ୍ମାବତ’ ଚଳଚ୍ଚିତ୍ରକୁ ବର୍ତ୍ତମାନ ଅନେକ ଦିଗରୁ ପ୍ରଶଂସା ମିଳିଛି। ଏବେ ଏହା ବକ୍ସ ଅଫିସରେ ମଧ୍ୟ ଫୁଲଦମରେ ସଫଳତା ହାସଲ କରିଚାଲିଛି । ତେବେ ‘ପଦ୍ମାବତ’କୁ ଭିନ୍ନ ଅନ୍ଦାଜରେ ପ୍ରଂଶସା କରିଛନ୍ତି ବଲିଉଡର ବାଦଶାହା ଶାହାରୁଖ ଖାନ । ସଂଞ୍ଜୟ ଲୀଲା ଭଂସାଲିଙ୍କ ସୁପରହିଟ ଚଳଚ୍ଚିତ୍ର ‘ଦେବଦାସ’ରେ ଅଭିନୟ କରିଥିବା ଶାହାରୁଖ ‘ପଦା୍ମବତ’କୁ ପ୍ରଶଂସା କରିବା ସହ ବହୁତ ଭଲ ଚଳଚ୍ଚିତ୍ର ବୋଲି କହିଛନ୍ତି ।

ଶାହାରୁଖ ସବୁବେଳେ ତାଙ୍କ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି । ସେ ଟ୍ଵିଟରରେ ‘ଆସ୍କଏସ୍‌ଆରକେ’ ନାମକ ଏକ ସେସନ କରିଥାନ୍ତି । ଏଥିରେ ତାଙ୍କର ପ୍ରଶଂସକ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥାନ୍ତି । ଏହାର ସୁଯୋଗ ଉଠାଇ ରଣବୀର ସିଂ ଶହାରୁଖ ଖାନଙ୍କୁ ‘ପଦ୍ମାବତ’ ଦେଖିଛନ୍ତି କି ନାହିଁ ବୋଲି ପଚାରିଥିଲେ ।ଶାହାରୁଖ ରଣବୀରଙ୍କର ଟୁଇଟକୁ ବହୁ ସମୟ ପରେ ଦେଖିଥିଲେ ଏବଂ ଏକ ଭିନ୍ନ ଅନ୍ଦାଜରେ ଏହାର ଉତ୍ତର ଦେଇଥିଲେ।


ମେତେ କ୍ଷମା କରିବ ମୁଁ ତୁମକୁ ଜାଣି ପାରିଲିନି । କାରଣ ମୁଁ ତୁମକୁ ଖିଲିଜୀ ଭାବେ ଜାଣିଛି। ପଦ୍ମାବତ ବହୁତ ଭଲ ଚଳଚ୍ଚିତ୍ର । ମୁଁ ଏହାକୁ ଦେଖିଲି ଏବଂ ମତେ ବହୁତ ଭଲ ଲାଗିଲା ବୋଲି ଉତ୍ତରରେ କହିଛନ୍ତି ଶାହାରୁଖ ଖାନ୍‌ । ରଣବୀରଙ୍କ ପ୍ରଶ୍ନର କିଛି ଘଣ୍ଟା ପରେ ଶାହରୁଖ ଉତ୍ତର ଦେଇଥିଲେ ହେଁ ତାଙ୍କ ଉତ୍ତର ନିଶ୍ଚିତ ରଣବୀରଙ୍କର ମନକୁ କିଣି ଦେଇଥିବ ।

ରଣବୀର ସିଂ , ସାହିଦ କପୁର ଏବଂ ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ପଦ୍ମାବତ ବର୍ତ୍ତମାନ ପର୍ଯ୍ୟନ୍ତ ବକ୍ସ ଅଫିସରେ ୧୬୦ କୋଟି ଟଙ୍କାର ବ୍ୟବସାୟ କରିସାରିଲାଣି । ତେବେ ଚଳଚ୍ଚିତ୍ରରେ ରଣବୀରଙ୍କର ଆଲ୍ଲାଉଦ୍ଦିନ୍‌ ଖିଲିଜୀ ଚରିତ୍ର ସମସ୍ତଙ୍କର ଦୃଷ୍ଟି ଆର୍କଷଣ କରିଛି।

ସମ୍ବନ୍ଧିତ ଖବର