ଝିଅ ଜନ୍ମ ପାଇଁ ସରୋଗେସି ରାସ୍ତା ଆପଣାଇଥିଲେ ଶିଳ୍ପା ସେଟ୍ଟୀ

ଶିଳ୍ପା ସେଟ୍ଟୀ ଗତ ଫେବ୍ରୁଆରିରେ ସରୋଗେସି ଜରିଆରେ ଝିଅକୁ ଜନ୍ମ ଦେଇଛନ୍ତି। ତେବେ ସରୋଗେ‌ସି ରାସ୍ତା ଆପଣାଇବା ସମ୍ପର୍କରେ ସେ ବିସ୍ତୃତ ଭାବେ ବର୍ଣ୍ଣନା କରି କହିଛନ୍ତି ଯେ ମୁଁ ମୋ ପୁଅ ଭିଆନଙ୍କ ପରେ ‌ଢେର୍‌ ଦିନ ଧରି ଦ୍ବିତୀୟ ସନ୍ତାନ ପାଇଁ ଚେଷ୍ଟା କରୁଥିଲି। ମାତ୍ର ଆପ୍ଲା ନାମକ ଏକ ରୋଗ ପାଇଁ ଏହା ସମ୍ଭବ ହେଉନଥିଲା। ମୁଁ ଯେତେବେଳେ ବି ଗର୍ଭବତୀ ହେଉଥିଲି, ଏହି ରୋଗ ମୋ ଶରୀରରେ ସକ୍ରିୟ ହେଇଯାଉଥିଲା। ତେଣୁ ବାଧ୍ୟ ହୋଇ ଅନେକଥର ଗର୍ଭପାତ କରାଇଥିଲି। ୪୪ବର୍ଷୀୟ ଶିଳ୍ପା କହିଛନ୍ତି, ମୁଁ କେଉଁଠାରୁ ପିଲାଟିଏ ଆଣିବାକୁ ଚାହୁଁଥିଲେ ହେଁ ତାହା ବି ସମ୍ଭବ ହୋଇନଥିଲା। ତେଣୁ ବାଧ୍ୟ ହୋଇ ସରୋଗେସି ରାସ୍ତା ବାଛିଥିଲି। ସବୁବେଳେ ଏକ ଝିଅ ଜନ୍ମ ଦେବାକୁ ଚାହୁଁଥିବା ବେଳେ ସେ ୨୧ବର୍ଷ ତଳୁ ଝିଅର ନାଁ ସମୀଶା ଦେବେ ବୋଲି ମଧ୍ୟ ଚିନ୍ତା କରିସାରିଥିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର